କନକ ବ୍ୟୁରୋ : ଆମେରିକାରେ ଭାରତୀୟ ଇଞ୍ଜିନିୟରଙ୍କୁ ହତ୍ୟା ଘଟଣାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଃଖ ପ୍ରକାଶ । ୟୁଏସ କଂଗ୍ରେସକୁ ରାଷ୍ଟ୍ରପତି ଭାବେ ପ୍ରଥମ ଅଭିଭାଷଣରେ ଭାରତୀୟଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି ଆମେରିକା ରାଷ୍ଟ୍ରପତି ।
ଏହାସହ ବର୍ଣ୍ଣବୈଶମ୍ୟ ଘୃଣା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ସ୍ୱିକାର କରିଛନ୍ତି । ଏହାସହ ବର୍ଣ୍ଣବୈଶମ୍ୟ ଘୃଣାକୁ ଆମେରିକାବାସୀ ବିରୋଧ କରନ୍ତି ବୋଲି ଟ୍ରମ୍ପ କହିଛନ୍ତି । ୟୁଏସ କଂଗ୍ରେସରେ ନିଜର ପ୍ରଥମ ଅଭିଭାଷଣ ଆରମ୍ଭ କରିବା ମାତ୍ରେ ସେ ବର୍ଣ୍ଣବୈଶମ୍ୟକୁ ନେଇ ନିଜ ମତ ରଖିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-01-08h25m33s818.png)