କନକ ବ୍ୟୁରୋ: ଚୀନ ପ୍ରସ୍ତୁତ କରୋନା ଔଷଧକୁ ବ୍ୟବହାର ପାଇଁ ଅନୁମତି ଦେଲା ଆମେରିକା । କରୋନାକୁ ପ୍ରଥମେ ଚୀନ ଭାଇରସ ବୋଲି କହୁଥିବା ଆମେରିକାରେ କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ, ଅନ୍ୟ ଉପାୟ ନପାଇ ଏବେ ଚୀନ ତିଆରି ଔଷଧକୁ ପରୀକ୍ଷୀମୂଳକ ଭାବେ ପ୍ରୟୋଗ ପାଇଁ ଅନୁମତି ଦେଇଛି ଟ୍ରମ୍ପ ପ୍ରଶାସନ । କରୋନା ଭୂତାଣୁ ଆସିବା ଦିନରୁ ରେମଡି ସିଭିୟର ନାଁରେ ଏକ ପ୍ରତିଶେଧକ ଔଷଧକୁ ବ୍ୟବହାର କରିଆସୁଛି ଚୀନ ।
ଏବେ ଏହି ଔଷଧ ଆମେରିକାରେ ମଧ୍ୟ କରୋନା ରୋଗୀଙ୍କ ଉପରେ ପ୍ରୟୋଗ ହେବ । କିଛିଦିନ ତଳେ ଏହି ଔଷଧକୁ ନେଇ ବିବାଦ ଦେଖାଦେଇଥିଲା । ଔଷଧର ପରୀକ୍ଷଣ ବିଫଳ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୱେବସାଇଟରେ ପ୍ରକାଶ ପାଇଥିଲା । ହେଲେ ଔଷଧ ନିର୍ମାତାଙ୍କ କଡା ପ୍ରତିବାଦ ପରେ ଏହାକୁ ହଟାଇ ଦେଇଥିଲା ଡବ୍ଲୁଏଚଓ । ଏବେ ଆମେରିକା ଏହି ଔଷଧପ୍ରୟୋଗ ପାଇଁ ଅନୁମତି ଦେବା ଔଷଧ ନିର୍ମାତାଙ୍କ ପାଇଁ ବଡ ଆଶ୍ୱସ୍ତି ହୋଇଛି ।