କନକ ବ୍ୟୁରୋ: ଆଫଗାନିସ୍ତାନର ପଞ୍ଜଶିରରେ ଆକ୍ରମଣ ଓ ତାଲିବାନୀମାନଙ୍କୁ ସାଥ୍ ଦେବା ଅଭିଯୋଗରେ ଏବେ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି ଆମେରିକା । ସିନେଟର ଏଡମ ଏନେଇ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେ କହିଛନ୍ତି କି, ଯଦି ଏହି ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ପ୍ରମାଣ ମିଳେ ତେବେ ପାକିସ୍ତାନ ଉପରେ ବ୍ୟାନ ଲଗାଇ ଦେବା ଉଚିତ୍ । ଖାଲି ସେତିକି ନୁହେଁ, ପାକିସ୍ତାନକୁ ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗକୁ ମଧ୍ୟ ବନ୍ଦ କରିଦେବାକୁ ସେ ଦାବି କରିଛନ୍ତି । ପଞ୍ଜଶୀର ଦଖଲ ପରେ ଏବେ ତାଲିବାନ ନିଜର ରଙ୍ଗ ଦେଖାଇବା ଆରମ୍ଭ କରିଛି । ଏପଟେ ପାକିସ୍ତାନ ମଧ୍ୟ ତାଲିବାନୀଙ୍କ ସାଥିରେ ରହିଥିବା କୁହାଯାଉଛି । ତେଣୁ ତୁରନ୍ତ ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ତାକୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ମଧ୍ୟ ବନ୍ଦ କରିବାକୁ ଦାବି ଉଠିଲାଣି ।
ତାଲିବାନ ସହ ଦୋସ୍ତି ପାକିସ୍ତାନକୁ ପଡିପାରେ ମହଙ୍ଗା । କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କଲେ ଆମେରିକା ସିନେଟର ।
/kanak/media/post_attachments/wp-content/uploads/2021/09/imran-khan.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)