କନକ ବ୍ୟୁରୋ: ଇସ୍ରାଏଲ – ହମାସ୍ ଯୁଦ୍ଧକୁ ୧୦ ଦିନ ହେଲାଣି । ଦୁଇ ପକ୍ଷର ହଜାର ହଜାର ଲୋକେ ପ୍ରାଣ ହରାଇଥିବାବେଳେ, ଅନେକ ଗୁରୁତର ଆହତ ହୋଇଛନ୍ତି ପୁଣି ଅନେକ ଇସ୍ରାଏଲି ନାଗରିକ ହମାସର ଅକ୍ତିଆରରେ ଅଛନ୍ତି । ଅଚାନକ ଆକ୍ରମଣ କରିଥିବା ହମାସର ପେଣ୍ଠସ୍ଥଳୀ ଗାଜାକୁ ମାଟିରେ ମିଶାଇବାକୁ ପଣ କରିଥିବା ଇସ୍ରାଏଲ ପ୍ରତି ସ୍ୱର ବଦଳାଇଲେଣି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

Advertisment

ଯୁଦ୍ଧରେ ଇସ୍ରାଏଲକୁ ଯୁଦ୍ଧ ଜାହାଜ ଯୋଗାଇଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଚେତାବନୀ ଦେଇଛନ୍ତି । ଆକ୍ରମଣ ପୂର୍ବରୁ ଗାଜା ଛାଡିବାକୁ ସମସ୍ତଙ୍କୁ ଇସ୍ରାଏଲ କହିଥିବାବେଳେ ଏଥିରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବାଇଡେନ୍ । କ୍ଷେତ୍ରୀୟ ସଙ୍କଟ ବଢିବା ସମ୍ଭାବନା ଥିବାରୁ ଇସ୍ରାଏଲ ଗାଜା ଉପରେ ଆକ୍ରମଣ ନକରିବାକୁ ଚେତାବନୀ ଦେଇଛନ୍ତି ବାଇଡେନ୍ ।