କନକ ବ୍ୟୁରୋ: ଭାରତୀୟ ବଜାରରେ ଏଂଟ୍ରି କରିବ ଆମେରିକୀୟ ମୋଟର କମ୍ପାନୀ ଟେସଲା । ଭାରତରେ ବର୍ଷକୁ ୫ଲକ୍ଷ ଇଲେକ୍ଟ୍ରିକ କାର ନିର୍ମାଣ କରିବ ଟେସଲା । ଏହି କାର ଗୁଡିକ ସର୍ବନିମ୍ନ ଦମା ରହବି ୨୦ଲକ୍ଷ ଟଙ୍କା । ଇଣ୍ଡୋ-ପ୍ୟାସିଫିକ ରିଜିଅନରେ ଟେସଲା ଏକ୍ସପୋର୍ଟଙ୍କ ପାଇଁ ଭାରତରେ କମ୍ପାନୀ ନିବେଶ କରିବାକୁ ଯୋଜନା ରଖିଛି । ଭାରତରେ ଉତ୍ପାଦନ ଓ ବିକ୍ରି ସହ ଅନ୍ୟ ରାଷ୍ଟ୍ରକୁ ରପ୍ତାନୀ ଲକ୍ଷ ରଖିଛି କମ୍ପାନୀ । ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକାଗସ୍ତ କରିଥିଲେ । ଏହି ସମୟରେ ଟେସଲା ମାଲିକ ଏଲନ ମସ୍କଙ୍କ ସହ ଏହି ବାବଦରେ ଆଲୋଚନା କରିଥିଲେ । ଭାରତରେ ବ୍ୟବସାୟ କରିବା ପାଇଁ ଉ୍ଲ ଯେତିକି ଉତ୍ସାହୀ ଥିଲେ ସେତିକି ଖୁସି ଥିବା କହିଥିଲେ ।

Advertisment