ତଳେ ଜ୍ୱାଲାମୁଖୀ .. ଉପରେ ଡେୟାର୍ ଡେଭିଲ୍ସ : ଡହଡହ ଜ୍ୱାଲାମୁଖୀର ୧୮୦୦ ଫୁଟ୍ ଉଚ୍ଚତା ଉପରେ ୩୧ ମିନିଟ୍ ଦଉଡିରେ ଚାଲି ବିଶ୍ୱ ରେକର୍ଡ କଲେ ନିକ୍ ୱାଲେଣ୍ଡା ।

481

ଆମେରିକାର ୪୧ ବର୍ଷୀୟ ଡେୟାର୍ ଡେଭିଲ୍ସ ନିକ୍ ୱାଲେଣ୍ଡା ବୁଧବାର ନିକାରାଗୁଆରେ ଥିବା ଜ୍ୱାଲାମୁଖୀ ମସାୟା ଉପରେ ରୋପ୍ ୱାର୍କ (ଦଉଡିରେ ଚାଲିବା) କରିଥିଲେ । ଏଭଳି ଦୁଃସାହସିକ କାମ କରିବାରେ ସେ ପ୍ରଥମ ବ୍ୟକ୍ତି ହୋଇଛନ୍ତି । ନିକ୍ ଙ୍କ ଷ୍ଟଣ୍ଟ୍ ପାଇଁ ଜ୍ୱାଲାମୁଖୀର କ୍ରେଟର୍ ମାଉଥ୍ ଅଫ୍ ହେଲ୍ ରୁ ୧୮୦୦ ଫିଟ୍ ଉପରେ ଏକ ଦଉଡି ବନ୍ଧା ଯାଇଥିଲା । ସେ ଏହି କ୍ରେଟରକୁ ପାଖାପାଖି ୩୧ ମିନିଟ୍ ୨୩ ସେକେଣ୍ଡରେ ପାର୍ କରାଯାଇଥିଲା ।

ସାଧାରଣତଃ କୌଣସି ଜ୍ୱାଲାମୁଖୀର ଆଖପାଖରେ ବି ରହିବା ଘାତକଜନକ । ଏଥିରୁ ନିର୍ଗତ ହେଉଥିବା ଲାଭା ଏବଂ ବିଷାକ୍ତ ଗ୍ୟାସ୍ ଘାତକ ହୋଇଥାଏ । ଏହା ଜାଣିବା ପରେ ବି ନିକ୍ ଏଭଳି ଦୁଃସାହସିକ କାମ କରିବା ପାଇଁ ରାଜି ହେଲେ ଏବଂ ବିଶ୍ୱରେକର୍ଡ ନିିଜ ନାଁରେ କଲେ । ଅଙ୍ଗପ୍ରତ୍ୟଙ୍ଗକୁ ହାନିକାରକ ଧୂଆଁରୁ ସୁରକ୍ଷିତ ରଖିବା ପାଇଁ ସେ ଗ୍ୟାସ୍ ମାସ୍କ ଏବଂ ହାର୍ନେସ୍ , ଆଖିରେ ଚଷମା ପିନ୍ଧିଥିଲେ । ଜ୍ୱାଲାମୁଖୀର ଡହଡହ ଗରମକୁ ସହ୍ୟ କରିବା ପାଇଁ ସେ ସ୍ପେଶାଲ୍ ଜୋତା ମଧ୍ୟ ପିନ୍ଧିଥିଲେ । ଷ୍ଟଣ୍ଟ୍ କରୁଥିବା ସମୟରେ ସେ ଗରମ ଗ୍ୟାସ୍ ର ସଂସ୍ପର୍ଶରେ ମଧ୍ୟ ଆସିଥିଲେ ।