ଆଜି ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ । ସକାଳ ୧୧ଟା ୪୦ରେ ପହଁଚିବେ ଅହମଦାବାଦ ଏୟାରପୋର୍ଟ, ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ହେବେ ସାମିଲ

254

କନକ ବ୍ୟୁରୋ : ପରିବାର ସହ ଆଜି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦୁଇ ଦିନିଆ ଗସ୍ତ ପାଇଁ ଆମେରିକା ଛାଡି ଭାରତ ଅଭିମୁଖେ ଯାତ୍ରା କରିସାରିଛନ୍ତି ରାଷ୍ଟ୍ରପତି ଓ ତାଙ୍କର ପରିବାର । ନମସ୍ତେ ଟ୍ରମ୍ପ ଠାରୁ ତାଜମହଲ ପରିଦର୍ଶନ ଭଳି ବ୍ୟସ୍ତବହୁଳ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ରାଷ୍ଟ୍ରପତି ଦମ୍ପତି, ଆଜି ଅହମ୍ମଦାବାଦରେ ଦିନ ୧୧ଟା ୪୦ରେ ପହଂଚିବାର କାର୍ଯ୍ୟକ୍ରମ ରହିଛି ।

ନିଜେ ପ୍ରଧାନମନ୍ତ୍ରୀ ମୋଦି ବିମାନବନ୍ଦରରେ ଆମେରିକାର ପ୍ରଥମ ପରିବାରକୁ ସ୍ୱାଗତ କରିବେ । ଏହି ଗସ୍ତ ପାଇଁ ପୁରା ଅହମ୍ମଦାବାଦ ସହରକୁ ସଜେଇ ଦିଆଯାଇଛି । ଏହି ଗସ୍ତ ଉଭୟ ଆମେରିକା ଓ ଭାରତ ପାଇଁ ଗୁରୁତ୍ୱ ବହନ କରୁଛି । କାରଣ ଆଗକୁ ଆସିଛି ଆମେରିକା ନିର୍ବାଚନ । ଏବଂ ଏପଟେ ଭାରତରେ ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାରଙ୍କୁ ବିରୋଧ ବଢୁଥିବା ବେଳେ ଆମେରିକାର ସହ ବନ୍ଧୁତା ସରକାରଙ୍କ ପାଇଁ ଗୁୁରୁତ୍ୱପୂର୍ଣ୍ଣ ରହିବ ।