ରୁଷରୁ ତେଲ କିଣିବା ନେଇ ଭାରତ ଉପରେ ଆମେରିକା ତାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛି ।

Advertisment

ହ୍ଵାଇଟ ହାଉସର ଅଧିକାରୀ ଜନ୍ କିର୍ବି ବୁଧବାର (୬ ସେପ୍ଟେମ୍ବର) ଦିନ କହିଛନ୍ତି ଯେ ଭାରତ ସମେତ ପ୍ରତ୍ୟେକ ସାର୍ବଭୌମ ଦେଶମାନେ ଯେ କୌଣସି ଦେଶରୁ ତୈଳ କିମ୍ବା ତୈଳଜାତ ପଦାର୍ଥ କିଣିବାର ଅଧିକାର ରହିଛି । ଏକ ପ୍ରଶ୍ନରେ ଜନ୍ କିର୍ବିଙ୍କୁ ରୁଷଠାରୁ ଭାରତ ତେଲ କିଣିବା ପ୍ରସଙ୍ଗରେ ପଚରାଯାଇଥିଲା ।  ଏହା ଉପରେ କିର୍ବି କହିଛନ୍ତି ଯେ ଏହା ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ବାଇଡେନଙ୍କ ଆଗାମୀ ଆଲୋଚନାର ଏଜେଣ୍ଡାରେ ରହିପାରେ ।

ରୁଷ ସହ ପୂର୍ବପରି ବାଣିଜ୍ୟ ସମ୍ପର୍କ ଚାହୁଁ : ଆମେରିକା

ପ୍ରତ୍ୟେକ ଦେଶକୁ ନିଜର ନିଷ୍ପତ୍ତି ନେବାକୁ ପଡିବ - କିର୍ବି

ୱାଶିଂଟନ୍: ହ୍ଵାଇଟ ହାଉସର ଅଧିକାରୀ ଜନ୍ କିର୍ବିଙ୍କୁ ରୁଷିଆ ଠାରୁ ଭାରତ ତେଲ କିଣୁଥିବା ବିଷୟରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ଭାରତ ସମେତ ପ୍ରତ୍ୟେକ ସାର୍ବଭୌମ ଦେଶମାନେ କୌଣସି ବି ଦେଶରୁ ତୈଳ କିମ୍ବା ତୈଳଜାତ ପଦାର୍ଥ କିଣିବାର ଅଧିକାର ରହିଛି ।  କିର୍ବି ଏହା ମଧ୍ୟ କହିଛନ୍ତି ଯେ ଏହି ବିଷୟ  ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ବାଇଡେନଙ୍କ ଆଗାମୀ ଆଲୋଚନାର ଏଜେଣ୍ଡାରେ ରହିପାରେ ।

ରୁଷ- ଆମେରିକା ପୂର୍ବପରି ବ୍ୟବସାୟ ପାଇଁ ପ୍ରକୃଷ୍ଟ ସମୟ

ଜାତୀୟ ସୁରକ୍ଷା ପରିଷଦ (ଏନଏସସି) ସଂଯୋଜକ ଜନ୍ କିର୍ବି କହିଛନ୍ତି, "ନିର୍ଦ୍ଧାରିତ ମୂଲ୍ୟ ସୀମା ମଧ୍ୟରେ ତେଲ କିଣିବାକୁ ଆମେ ସମସ୍ତ ଦେଶକୁ ଉତ୍ସାହିତ କରୁଛୁ । ରୁଷ  ସହିତ ପୂର୍ବପରି ବ୍ୟବସାୟ କରିବାର ସମୟ ଆସିଛି।"

ପ୍ରତ୍ୟେକ ଦେଶକୁ ନିଜର ନିଷ୍ପତ୍ତି ନେବାକୁ ପଡିବ

କିର୍ବି ସେ କହିଛନ୍ତି, "ପ୍ରତ୍ୟେକ ରାଷ୍ଟ୍ରକୁ ନିଜସ୍ୱ ନିଷ୍ପତ୍ତି ନେବାକୁ ପଡ଼ିବ । ଅର୍ଥନୈତିକ ସୁଯୋଗ ଏବଂ ରୁଷ ସହିତ ବାଣିଜ୍ୟ କ୍ଷେତ୍ରରେ ଆମେ ଆଜି କେଉଁଠାରେ ଛିଡ଼ା ହୋଇଛୁ ସେ ବିଷୟରେ ଆମର ସମସ୍ତ ସହଯୋଗୀ ଏବଂ ଅଂଶୀଦାରମାନଙ୍କ ସହିତ ଆମେ ଆମର ନୀତି ସ୍ପଷ୍ଟ କରିଛୁ ।  କିନ୍ତୁ ପ୍ରତ୍ୟେକ ସାର୍ବଭୌମ ଦେଶକୁ ନିଜପାଇଁ ନିଜର ନିଷ୍ପତି ନେବାକୁ ପଡ଼ିବ । "

ଯେବେଠାରୁ ଭାରତ କହିଛି ଯେ ସେ ରୁଷରୁ ତେଲ କିଣିବ ଏହା ଅନ୍ୟ ଦେଶମାନକ ପାଇଁ ବିଶେଷ କରି ଆମେରିକା ଓ ୟୁରୋପ  ପାଇଁ ଏକ ବଡ଼ ବିଷୟ ପାଲଟି ଯାଇଛି ।  ଗତ ବର୍ଷ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ୟୁକ୍ରେନ ବିବାଦ ଏବଂ ରୁଷରୁ ତେଲ କିଣିବା ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ବିଭିନ୍ନ ଦେଶରେ  ବିଭିନ୍ନ କାର୍ଯ୍ୟକ୍ରମରେ  ଜୟଶଙ୍କରଙ୍କୁ ରୁଷଠାରୁ ତେଲ କିଣିବା ବିଷୟରେ ପଚରା ଯାଇଥିଲା । ଯେଉଁଥିରେ ଜୟଶଙ୍କର କଡାଭାଷାରେ ଉତ୍ତର ଦେଇ କହିଥିଲେ ଯେ “ଏହାକୁ ଆମେ ଆମ ଢଙ୍ଗରେ ପରିଚାଳନା କରିବାକୁ ଏବଂ ଏହାକୁ ଆମ ଢଙ୍ଗରେ ବ୍ୟାଖ୍ୟା କରିବାକୁ ପସନ୍ଦ କରିବୁ ।“