କନକ ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନର ସ୍ଥିତି ନେଇ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପତ୍ର ଲେଖିଲେ ୬୯ଜଣ ଆମେରିକୀୟ ସାଂସଦ । ଆଫଗାନ ନୀତି ନେଇ ରାଷ୍ଟ୍ରପତି ବାଇଡେନ୍ ବିଫଳ ହୋଇଥିବା ଏମାନେ ଅଭିଯୋଗ କରିଛନ୍ତି । ସବୁଠାରୁ ବଡ କଥା ତାଲିବାନ ହାତରେ ଆମେରିକାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପଡିବା ବାଇଡେନ୍ ସରକାରଙ୍କ ଦୁର୍ବଳତାକୁ ଦର୍ଶାଇଛି ବୋଲି ଆମେରିକୀୟ ସାଂସଦମାନେ ଚିଠି ଜରିଆରେ ଉଲ୍ଲେଖ କରିଛନ୍ତି । ଏହାସହ ରାଷ୍ଟ୍ରପତି ବାଇଡେନଙ୍କୁ ସେମାନେ ୧୫ଟି ପ୍ରଶ୍ନ କରିଛନ୍ତି । ଏହି ଚିଠିରେ ତାଲିବାନ ନେଇ ବାଇଡେନଙ୍କୁ ପରବର୍ତ୍ତୀ ନିଷ୍ପତ୍ତି କଣ ହେବ ବୋଲି ପ୍ରଶ୍ନ କରାଯାଇଛି । ଏଥିସହ ଆଫଗାନିସ୍ତାନରେ ଥିବା ଆମେରିକୀୟଙ୍କୁ କେବେ ସୁଦ୍ଧା ଉଦ୍ଧାର କରାଯିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
ଆଫଗାନିସ୍ତାନ ସ୍ଥିତି ନେଇ ଆମେରିକା ରାଷ୍ଟ୍ରପତି ଉପରେ ବଢ଼ୁଛି ଚାପ : ବାଇଡେନଙ୍କ ଆଫଗାନ ନୀତି ବିଫଳ ହୋଇଥିବା ଚିଠି ଲେଖି ଅଭିଯୋଗ କଲେ ୬୯ ସାଂସଦ
/kanak/media/post_attachments/wp-content/uploads/2021/08/TVLU2KXJGFPCPPTQNIYKJG5DMQ.jpg)