ଆମେରିକା ଚାହୁଁଛି ଭାରତ-ଚୀନ ଯୁଦ୍ଧ ! ଭାରତ-ଚୀନ ଉତ୍ତେଜନା ଭିତରେ ଆନ୍ତର୍ଜାତୀୟ ଖବର କାଗଜର ବଡ ଖୁଲାସା । କହିଲା ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେଉ ବୋଲି ଚାହୁଁଛି ଆମେରିକା ।

6,232

କନକ ବ୍ୟୁରୋ: ଚାଇନା ସହିତ ଭାରତର ଯୁଦ୍ଧ ହେଉ, କିଛି ଏମିତି ଚାହୁଁଛି ଆମେରିକା । ଭାରତକୁ ସୀମାର ସାଟେଲାଇଟ ଚିତ୍ର ପଠାଇବ ଆମେରିକା । ଯୁଦ୍ଧ ହେଲେ ଭାରତକୁ ଆଉ କଣ କଣ ସାହାଯ୍ୟ କରିବ ଆମେରିକା । ବୁଲଗେରିଆନମିଲିଟାରୀ. କମରେ ପ୍ରକାଶିତ ଖବର ଅନୁସାରେ, ଜୁଲାଇ ୨୭ ସୁଦ୍ଧା ଭାରତ ପ୍ରଥମ ୬ଟି ଫ୍ରେଞ୍ଚଷ୍ଟ୍ରାଇକ ଏୟାରକ୍ରାଫ୍ଟ ପାଇବାକୁ ଯାଉଛି । ଭାରତୀୟ ବାୟୁ ସେନାରେ ଏହି ଏୟାରକ୍ରାଫ୍ଟ ସାମିଲ ହେବା ଦ୍ୱାରା ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ହେବ । ଆଉ ଭାରତର ଯେତେବେଳେ ଚାଇନାର ସହିତ ବିବାଦ ଉଗ୍ରରୂପ ନେଉଛି ସେତେବେଳେ ବାୟୁସେନାର ଶକ୍ତି ବଢିବା ନିହାତି ଭାବେ ଯବାନଙ୍କ ମନବଳ  ବୃଦ୍ଧି କରିବ ।

ଲମ୍ବା ସମୟ ଧରି ଚାଲିବ ଚୀନ ସହିତ ବିବାଦ । ସହାୟତା ପାଇଁ ବାହାରିଲେ ବଡ ବଡ  ଦେଶ । ଚାଇନାର ସହିତ ମୁହାଁମୁହିଁ ସ୍ଥିତି ବିଶ୍ୱ ଦରବାରରେ ଭାରତକୁ ବେଶ ଶକ୍ତିଶାଳୀ କରିଛି । ଏପରି ସ୍ଥିତିରେ ବିଶ୍ୱର ଅନ୍ୟ ବଡ ବଡ ଦେଶମାନେ ଭାରତ ସପକ୍ଷରେ ବାହାରୁଛନ୍ତି ଏବଂ ଭାରତରୁ ସାମରିକ କ୍ଷେତ୍ରରେ ସହାୟତା ଯୋଗାଇବା ପାଇଁ ଇଙ୍ଗିତ କରୁଛନ୍ତି ।

ବୁଲଗେରିଆନମିଲିଟାରୀ.କମରେ ପ୍ରକାଶିତ ଖବର ଅନୁସାରେ ଚାଇନା ସହିତ ବିବାଦ ଯେତେବେଳେ ଲମ୍ବା ସମୟ ଧରି ଚାଲିବାକୁ ଅଛି, ଏପରି ସମୟରେ ଭାରତର ସହଯୋଗୀ ଦେଶମାନେ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେବା ଆରମ୍ଭ କରିଦେଇଛନ୍ତି । ଏହି ସମୟରେ ଆମେରିକା ସହାୟତାର ହାତ ବଢାଇବା ଭାରତ ପାଇଁ ଏକ ବଡ ସାମରିକ ସାହାଯ୍ୟ ବୋଲି କୁହାଯାଉଛି ।

ବଢିବ ବାୟୁସେନାର ଶକ୍ତି । ଫ୍ରାନ୍ସ ଦେବ ଆଟାକ ଏୟାରକ୍ରାଫ୍ଟ । ବିଳମ୍ବିତ ଜୁଲାଇ ମାସରେ ଭାରତୀୟ ବାୟୁସେନାର ଶକ୍ତି ଆହୁରି ବଢିବାକୁ ଯାଉଛି । କାରଣ ଫ୍ରାନ୍ସ ଭାରତକୁ ଏକାଧିକ ଆଟାକ ଏୟାରକ୍ରାଫ୍ଟ ଯୋଗାଇବାକୁ ଯାଉଛି । ଖାଲି ଫ୍ରାନ୍ସ କାହିଁକି ଆଉ ଦୁଇପାଦ ଆଗକୁ ଯାଇ ସୀମାରେ ସ୍ଥିତି କଣ ରହିଛି ସେନେଇ ଆମେରିକା ସାଟେଲାଇଟ ଚିତ୍ର ଦେବ ଭାରତକୁ । ଏଥିସହିତ ଋଷିଆ ଏକ ବିଲିୟନ ଆମେରୀକିୟ ଡଲାରର ଅସ୍ତ୍ରଶସ୍ତ୍ର ନିର୍ଦ୍ଧାରିତ ତାରିଖ ପୂର୍ବରୁ ଭାରତକୁ ଦେବାକୁ ଯାଉଛି ।

ଜୁନମାସ ପ୍ରଥମ ସପ୍ତାହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ପାର୍ଲେଙ୍କ ମଧ୍ୟରେ ଟେଲି କନଫରେନ୍ସିଂ ମାଧ୍ୟମରେ ଆଲୋଚନା ହୋଇଥିଲା । ପାର୍ଲେ କହିଥିଲେ, ଫ୍ରାନ୍ସରେ ବଢିଚାଲିଥିବା କରୋନା ସଂକ୍ରମଣର କୌଣସି ପ୍ରଭାବ ଭାରତକୁ କମ୍ବାଟ୍ ଏୟାରକ୍ରାଫ୍ଟ ଦେବା ଉପରେ ପଡିବ ନାହିଁ । ନିର୍ଦ୍ଧାରିତ ସମୟ ପୂର୍ବରୁ ଏହା ଭାରତ ପାଖରେ ପହଂଚିବ । ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏପରି ବୟାନ ଭାରତୀୟ ସେନାର ଖାଲି ମନବଳ ଦୃଢ କରିନି ବରଂ ଭାରତକୁ ଅଧିକ ଶକ୍ତିଶାଳୀ କରିଛି ।

ତେବେ ଭାରତୀୟ ବାୟୁସେନାର ଶକ୍ତି କିପରି ବୃଦ୍ଧି ପାଇବ ଏବଂ ସବୁ ପ୍ରକାର ଯୁଦ୍ଧ ପାଇଁ ଭାରତୀୟ ବାୟୁସେନା କିପରି ପ୍ରସ୍ତୁତ ହୋଇରହିବ ସେଦିଗରେ ବିଶ୍ୱର ବଡ ବଡ ଶକ୍ତିଶାଳୀ ଦେଶ ମାନେ ଏବେ ଭାରତକୁ ସାହାଯ୍ୟ କରିବାକୁ ଆଗେଇଆସିଛନ୍ତି । ସବୁଠୁ ଆଗରେ ରହିଛି ଆମେରିକା । ଯଦି କୌଣସି ପରିସ୍ଥିତିରେ ବି ଚାଇନା ସହିତ ସୀମାରେ ଯୁଦ୍ଧ ହେଉଛି ତେବେ ମୋଦି ସରକାରଙ୍କୁ ଲଢୁଆ ବିମାନ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ଏବଂ ବିଶେଷ କରି ସୀମାର ଗୁଇନ୍ଦା ତଥ୍ୟ ଦେବାରେ ଆମେରିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବାକୁ ଯାଉଛି । ତେଣୁ ଆମେରିକା ଏବେ ଭାରତ ଓ ଚୀନ ମଧ୍ୟରେ ଯୁଦ୍ଧ ପରିସ୍ଥିତିର ସମର୍ଥନରେ ବାହାରିଛି ।