ଚୀନ୍ କୁ ଚେତାବନୀ ଦେଲା ଆମେରିକା ! ମସୁଦ୍ ଅଜହରକୁ ନେଇ ସୁରକ୍ଷାକବଚ ନ ହେଉ ଚୀନ୍ , UNSC ରେ ଅଣାଯିବ ନୁଆ ପ୍ରସ୍ତାବ ।

338

ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ପ୍ରମୁଖ ମସୁଦ୍ ଅଜହରକୁ ନେଇ ଭାରତକୁ ଆମେରିକାର ସପୋର୍ଟ ମିଳିଛି । ଆମେରିକା ଚୀନ୍ କୁ କଡା ଚେତାବନୀ ଦେଇ କହିଛି ଯେ ମସୁଦ୍ ଅଜହରକୁ ନେଇ ଚୀନ୍ ସୁରକ୍ଷାକବଚ ନହେଉ । କେବଳ ଏତିକି ନୁହଁ ଏହି ଆତଙ୍କବାଦୀ ଉପରେ ବିଶ୍ୱ ଆତଙ୍କବାଦୀର ମୋହର ଲଗାଇବା ପାଇଁ ଆମେରିକା ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ନୂଆ ପ୍ରସ୍ତାବ ମଧ୍ୟ ଆଣିବାକୁ ଯାଉଛି । ଏହା ପୂର୍ବରୁ ୟୁଏନଏସସିରେ ମସୁଦ୍ ଅଜହରକୁ ନେଇ ଆସିଥିବା ପ୍ରସ୍ତାବରେ ଚୀନ୍ ଭିଟୋ ପାୱାର ବ୍ୟବହାର କରି ଅଜହରକୁ ବଂଚାଇ ଦେଇଥିଲା ।

ମିଡିଆ ରିପୋର୍ଟ ଅନୁସାରେ,ଆମେରିକା ଏବେ ଚୀନ୍ କୁ ଏକୁଟିଆ କରି ଫ୍ରାନ୍ସ ଏବଂ ବ୍ରିଟେନ୍ ରୁ ଅଜହର ବିରୋଧରେ ପ୍ରସ୍ତାବ ଆଣିବା କଥା ଉଠୁଛି । ଚୀନ୍ ଉପରେ ଚାପ ପକାଇବା ପାଇଁ ଏକ କମିଟି ମଧ୍ୟ ଡକାଯାଇପାରେ । ଆମେରିକା ବିଦେଶ ମନ୍ତ୍ରୀ ମାଇକ୍ ପମ୍ପିୟୋଙ୍କ କହିବାନୁସାର ଏହା ପୂର୍ବରୁ ମସୁଦ୍ ଅଜହର ବିରୋଧରେ ଆସିଥିବା ପ୍ରସ୍ତାବରେ ୯ ଟି ଦେଶ ଭାରତର ସାଥ୍ ଦେଇଥିଲେ । କିନ୍ତୁ ଚୀନର ଭିଟୋ ପାୱାର ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲା । କିନ୍ତୁ ଏବେ ବ୍ରିଟେନ୍ ଏବଂ ଫ୍ରାନ୍ସ ସହ ଅନ୍ୟ ୧୫ ଟି ସଦସ୍ୟଙ୍କୁ ସହମତି ପାଇଁ କଥାବାର୍ତ୍ତା ଜାରୀ ରହିଛି । ଯଦି ସବୁ ସଦସ୍ୟ ଏହି ପ୍ରସ୍ତାବରେ ଏକମତ ହୁଅନ୍ତି ତେବେ ମସୁଦ୍ ଅଜହର ଉପରେ ବ୍ୟାନ୍ ଲାଗିବା ସହ ତାର ସବୁ ସମ୍ପତ୍ତିକୁ ସିଜ୍ କରାଯିବ ।