ବିବେକ ରାମସ୍ଵାମୀ କିଏ ?

ଆମେରିକା ରାଷ୍ଟ୍ରପତି ଦୌଡ଼ରେ ଭାରତୀୟ ବଂଶଭବ ବିବେକ ରାମସ୍ଵାମୀ

141

କନକ ବ୍ୟୁରୋ: ଆସନ୍ତାବର୍ଷ 2024ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହି ସମୟରେ ବିବେକ ରାମସ୍ବାମୀ ନାମକ ଜଣେ ଭାରତୀୟ-ଆମେରିକୀୟଙ୍କ ନାମ ବହୁତ ଚର୍ଚ୍ଚାରେ ଅଛି । ବିବେକ ରାମସ୍ବାମୀଙ୍କୁ  ଆଗାମୀ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ପ୍ରମୁଖ ଦାବିଦାର ଭାବରେ ମଧ୍ୟ  ବିବେଚନା କରାଯାଉଛି। ରାମସ୍ବାମୀ ଦାବି କରିଛନ୍ତି ଯେ ଯଦି ସେ ରାଷ୍ଟ୍ରପତି ହୁଅନ୍ତି ତେବେ ସେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବହୁତ ଜଲ୍ଦି ସମାପ୍ତ କରିଦେବେ। ଏହାଛଡା ସେ  ମୋଦୀଙ୍କୁ ଜଣେ ଉତ୍ତମ ପ୍ରଧାନମନ୍ତ୍ରୀ ବୋଲି ମଧ୍ୟ ବର୍ଣ୍ଣନା କରିଛି।

ଆସନ୍ତୁ ଆଜି ଆମେ ବିବେକ ରାମସ୍ବାମୀଙ୍କ ବିଷୟରେ ବିସ୍ତୃତ ଭାବରେ ଜାଣିବା …

ଆସନ୍ତାବର୍ଷ ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ। ଏଥର ଭାରତୀୟ-ଆମେରିକୀୟ ଉଦ୍ୟୋଗୀ ବିବେକ ରାମସ୍ୱାମୀ ମଧ୍ୟ ରାଷ୍ଟ୍ରପତି ଦୌଡ଼ରେ ଯୋଗ ଦେଇଛନ୍ତି। ସେ ଧୀରେ ଧୀରେ ଶୀର୍ଷ ରିପବ୍ଲିକାନ୍ ପସନ୍ଦ ମଧ୍ୟରୁ ଗୋଟିଏ ହୋଇପାରିଛନ୍ତି | ନିକଟରେ ହୋଇଥିବା ଏକ ସର୍ଭେରେ ସେ ଫ୍ଲୋରିଡା ଗଭର୍ଣ୍ଣର ରୋନ୍ ଡିସାଣ୍ଟିସଙ୍କ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ‘ଦି ହିଲ୍’ର ଏକ ରିପୋର୍ଟ ଅନୁଯାୟୀ, ଏମରସନ କଲେଜ ସର୍ଭେରୁ ଜଣାପଡିଛି ଯେ ରନ୍ ଡିସାଣ୍ଟିସ୍ ଏବଂ ରାମସ୍ୱାମୀ ପ୍ରତ୍ୟେକ 10 ପ୍ରତିଶତ ପାଇ ସମାନ ସ୍ଥିତିରେ ଅଛନ୍ତି । ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 56 ପ୍ରତିଶତ ସହ ସବୁଠୁ ଆଗୁଆ ଅଛନ୍ତି।ଆସନ୍ତା ସପ୍ତାହରେ ହେବାକୁଥିବା ପ୍ରଥମ ରିପବ୍ଲିକାନ୍ ପ୍ରାଥମିକ ବିତର୍କ ଉପରେ ସମସ୍ତଙ୍କ ନଜର ରହିଛି ।  ଯେଉଁଠାରେ ରାମସ୍ୱାମୀ, ଡିସାଣ୍ଟିସ୍ ଏବଂ ଅନ୍ୟ ରାଷ୍ଟ୍ରପତି ପ୍ରାର୍ଥୀମାନେ ଏକ ରାଷ୍ଟ୍ରୀୟ ମଞ୍ଚରୁ ଜନତାଙ୍କୁ ଉଦବୋଧନ ଦେବାର ଅଛି ।  ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ଏଥିରେ ଭାଗ ନନେବାକୁ  ଯୋଜନା କରୁଛନ୍ତି ବୋଲି ଜଣାପଡିଛି ।

ବିବେକ ରାମସ୍ୱାମୀ କିଏ ?

ଗତ ଫେବୃଆରୀରେ ଫକ୍ସ ନ୍ୟୁଜ୍ ପ୍ରାଇମ ଟାଇମ୍ ସୋ’ରେ ଲାଇଭ୍ ସାକ୍ଷାତକାର ସମୟରେ ବିବେକ ରାମସ୍ୱାମୀ 2024 ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଥିଲେ ।  ତାଙ୍କୁ ମାତ୍ର 38 ବର୍ଷ ବୟସ | ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହେବାରେ ରାମସ୍ୱାମୀ ହେଉଛନ୍ତି ସବୁଠାରୁ କନିଷ୍ଠ ବ୍ୟକ୍ତି ।

ନାମ – ବିବେକ ଗଣପତି ରାମସ୍ବାମୀ

ଜନ୍ମ ତାରିଖ – 9 ଅଗଷ୍ଟ 1985

ଜନ୍ମସ୍ଥାନ – ସିନସିନାଟି, ଓହିଓ

ପାର୍ଟି – ରିପବ୍ଳିକାନ ପାର୍ଟି

ଶିକ୍ଷା – ସେଣ୍ଟ ଜାଭିଏର ହାଇସ୍କୁଲ, ୟେଲ ଲ ସ୍କୁଲ, ହାବାର୍ଡ ଇଉନିଭରସିଟି

ରାମସ୍ୱାମୀ ଓହିଓରେ ଜନ୍ମଗ୍ରହଣ କରିଥିଲେ | ତାଙ୍କ ପିତାମାତା ପ୍ରବାସୀ ଭାରତୀୟ ଅଟନ୍ତି ।  ସେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ବାୟୋଲୋଜିରେ ଡିଗ୍ରୀ ହାସଲ କରିଛନ୍ତି ଏବଂ ତା ପରେ ୟେଲ ଲ ସ୍କୁଲରୁ ଆଇନରେ ମଧ୍ୟ ଡିଗ୍ରୀ କରିଛନ୍ତି ।  ରାମସ୍ୱାମୀ ‘ଭେକ ଇନ’ ନାମକ  ଏକ ବାୟୋଟେକ୍ କମ୍ପାନୀ ମଧ୍ୟ ଆରମ୍ଭ କରିଥିଲେ । ଏଥିସହ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି । ଯାହା ତାଙ୍କୁ ଲୋକପ୍ରିୟ କରାଇଛି ।

ଏଲୋନ୍ ମସ୍କ ରାମସ୍ୱାମୀଙ୍କୁ ସମର୍ଥନ କରନ୍ତି ।

ଟେସଲା ସିଇଓ ଏଲୋନ୍ ମସ୍କ ବିବେକ ରାମସ୍ୱାମୀଙ୍କୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ସମର୍ଥନ କରିଛନ୍ତି । ‘ଟକର କାର୍ଲସନ’ଙ୍କ ସୋ’ରେ ‘ଏକ୍ସ’(ଟ୍ଵିଟର)ରେ ସେୟାର ହୋଇଥିବା ରାମାସ୍ୱାମୀଙ୍କ ଏକ ଭିଡିଓ କ୍ଲିପ୍‌ର ଜବାବରେ ମସ୍କ କହିଛନ୍ତି ଯେ ସେ ଜଣେ ଉପଯୁକ୍ତ ପ୍ରାର୍ଥୀ।

ମଧ୍ୟ ପୂର୍ବ, ୟୁକ୍ରେନ, FBI ଉପରେ ବିବେକ ରାମସ୍ୱାମୀ କ’ଣ କହିଛନ୍ତି ?

ବିବେକ ରାମସ୍ୱାମୀଙ୍କୁ ଜଣେ ଯୁଦ୍ଧ ବିରୋଧୀ ବୋଲି ଜଣାଯାଏ । ସେ କହିଛନ୍ତି ଯେ ସେ ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଖୁବ ଶୀଘ୍ର ଶେଷ କରିଦେଇପାରିବେତା ସହ ସେ ଟ୍ରମ୍ପଙ୍କ ଅନେକ ନୀତିକୁ ଆଗକୁ ନେବେ ବୋଲି ବିଶ୍ୱାସ କରାଯାଏ ।

ରାମସ୍ୱାମୀ ଇସ୍ରାଏଲ ଉପରେ କ’ଣ କହିଛନ୍ତି ?

2028 ପରେ ଇସ୍ରାଏଲକୁ ସାମରିକ ସହାୟତା ବନ୍ଦ କରି ମଧ୍ୟପ୍ରାଚ୍ୟରେ ସ୍ୱାଭାବିକ କାରବାର କରିବାପାଇଁ  ରାମସ୍ୱାମୀ ଆମେରିକାକୁ ଆହ୍ବାନ ଦେଇଛନ୍ତି ।  ସେ କହିଛନ୍ତି ଯେ ମଧ୍ୟପ୍ରାଚ୍ୟ ଦେଶଗୁଡିକ ଅପେକ୍ଷା 2028 ପରେ ଇସ୍ରାଏଲକୁ ଅଧିକ ସହାୟତା ମିଳିବା ଉଚିତ ନୁହେଁ। ଆମେରିକାର 38 ବିଲିୟନ ଡଲାରର ସହାୟତା ପ୍ୟାକେଜ୍ ଚଳିତ ବର୍ଷ ଶେଷ ହେବାକୁ ଯାଉଛି ।

ୟୁକ୍ରେନ ଯୁଦ୍ଧ ବିଷୟରେ ରାମସ୍ୱାମୀ କ’ଣ କହିଛନ୍ତି  ?

ୟୁକ୍ରେନ ଯୁଦ୍ଧ ଉପରେ ରାମସ୍ୱାମୀଙ୍କ ମତ ହେଲା: ରୁଷ ଡୋନାବସ୍ ଅଞ୍ଚଳର କିଛି ଅଂଶ ଛାଡିଦେଉ  ଏବଂ ୟୁକ୍ରେନ ନାଟୋରେ ଯୋଗ ନଦେବାକୁ ସେ କହିଛନ୍ତି ।  ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବିବାଦର ଅନ୍ତ ଘଟାଇବାକୁ ହେଲେ ଭ୍ଲାଦିମିର ପୁଟିନଙ୍କୁ ଚୀନ୍ ସହିତ ସାମରିକ ମେଣ୍ଟରୁ  ଅଲଗା ହେବାକୁ ପଡ଼ିବ।

ମୁଁ ହିନ୍ଦୁ ଧର୍ମ ପାଳନ  କରେ

ରିପବ୍ଲିକାନ୍ ପ୍ରାର୍ଥୀ କହିଛନ୍ତି ଯେ ସେ ହିନ୍ଦୁ ଧର୍ମ ପାଳନ କରନ୍ତି କିନ୍ତୁ ତା ସହ ସେ ସବୁଧର୍ମକୁ ସମାନ ଦୃଷ୍ଟିରେ ଦେଖନ୍ତି ।   ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଆମେରିକାରେ ଧାର୍ମିକ ସ୍ୱାଧୀନତା ରକ୍ଷା କରିବାପାଇଁ ସେ ପ୍ରତିଶୃତିବଦ୍ଧ ।  ରାମସ୍ୱାମୀ ଗର୍ଭପାତ ବିରୋଧୀ। ସେ ବିଶ୍ୱାସ କରନ୍ତି ଯେ ଲିଙ୍ଗ ଡିସଫୋରିଆକୁ ଏକ ମାନସିକ ରୋଗ ଭାବରେ ଗ୍ରହଣ କରାଯିବା ଉଚିତ୍।

ମୋଦିଙ୍କ ବିଷୟରେ ରାମସ୍ବାମୀ କଣ କହିଛନ୍ତି ?

‘ଆମେରିକା ବଜାର’କୁ ଦେଇଥିବା ଏକ ସାକ୍ଷାତକାରରେ ବିବେକ ରାମସ୍ବାମୀ ମୋଦିଙ୍କୁ ଜଣେ “ଅତି ଉତ୍ତମ ପ୍ରଧାନମନ୍ତ୍ରୀ’ ଓ ଜଣେ ‘ପ୍ରଭାବଶାଳୀ ନେତା’ ବୋଲି ପ୍ରଶଂସା କରି କହିଛନ୍ତି ଯେ ‘ଆମେରିକାର ରାଷ୍ଟ୍ରପତି ମୋଦିଙ୍କ ଉଲ୍ଲେଖନୀୟ ଉଦାହରଣୀୟ କାର୍ଯ୍ୟସବୁର ଅନୁକରଣ କରନ୍ତୁ ଏବଂ ଆମେରିକୀୟ ରାଷ୍ଟ୍ରୀୟ ପରିଚୟ ପାଇଁ ଗର୍ବ କରନ୍ତୁ ।

ରାମସ୍ୱାମୀ FBI ରେ କ’ଣ କହିଥିଲେ?

ରାମସ୍ୱାମୀ ମଧ୍ୟ ଏଫବିଆଇ ସହ ଆହୁରି କିଛି ବିଭାଗ ଯେମିତି ଏଟିଏଫ, ଆଣବିକ ନିୟାମକ ଆୟୋଗ, ଆଇଆରଏସ ଇତ୍ୟାଦି ପରି ଫେଡେରାଲ ଏଜେନ୍ସିକୁ ବନ୍ଦ କରିଦେବ ସପକ୍ଷରେ ଅଛନ୍ତି । ସେ କହିଛନ୍ତି ଯେ ଏହି ଏଜେନ୍ସିଗୁଡିକ ରହିବା ଉଚିତ ନୁହେଁ ଏବଂ ଏହି ପଦକ୍ଷେପ ତାଙ୍କ ଘରୋଇ ନୀତିର ଏକ ଅଂଶ ହେବ କାରଣ ଏହା ଆମ ଅର୍ଥନୀତିକୁ ମଧ୍ୟ ପ୍ରୋତ୍ସାହିତ କରିବ ।

FBI ଉପରେ ବାହ୍ୟ ତଦନ୍ତ  ହେବା ଉଚିତ କି?

ତାଙ୍କ କଲେଜ ଦିନରେ  ରାମସ୍ୱାମୀ କ୍ୟାମ୍ପସ୍ ଉଦାରବାଦୀବାଦ ବିରୋଧରେ କହିବାକୁ ଡରୁନଥିଲେ। ଗୁଆନ୍ତାନାମୋରେ ବନ୍ଦୀମାନଙ୍କ ଚିକିତ୍ସା ଭଳି ପ୍ରସଙ୍ଗରେ ସେ ତାଙ୍କର ଦକ୍ଷିଣପନ୍ଥୀ ବନ୍ଧୁମାନଙ୍କ ସହ ବହୁ ମତଭେଦ ମଧ୍ୟ ହୋଇଛି ।  ଟାଇମ୍ ର ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ 2007 ରେ ତତ୍କାଳୀନ FBI ନିର୍ଦ୍ଦେଶକ ରବର୍ଟ ମୁଲେର ତାଙ୍କ କମ୍ପାଉଣ୍ଡ ପରିଦର୍ଶନ କରିଥିଲେ, ସେତେବେଳେ ରାମସ୍ୱାମୀ ତାଙ୍କୁ ପଚାରିଥିଲେ ଯେ ‘ନାଗରିକ ସ୍ୱାଧୀନତା ଉପରେ FBI ଉପରେ ବାହ୍ୟ ଅନୁସନ୍ଧାନ କରାଯିବା ଉଚିତ କି?

ଆମେରିକା-ମେକ୍ସିକୋ ସୀମା ବିଷୟରେ ରାମସ୍ୱାମୀ କ’ଣ କହିଥିଲେ?

ରାମସ୍ୱାମୀ ବିଶ୍ବାସ କରନ୍ତି ଯେ ଆମେରିକା ପୀଡିତ ମାନକ ଦ୍ଵାରା ପରିପୂର୍ଣ୍ଣ ସ୍ଥାନ ପାଲଟିଛି। ସେମାନେ କହିଛନ୍ତି ଯେ ଦେଶ ଏହାର ମୂଳ ଲକ୍ଷ୍ୟରୁ ଦୂରେଇ ଯାଉଛି ।  ସେ ଏହା ମଧ୍ୟ କହିଛନ୍ତି ଯେ ମାର୍ଚ୍ଚ 31, 2025 ସୁଦ୍ଧା ସେ ଆମେରିକା-ମେକ୍ସିକୋ ସୀମାରେ ପ୍ରତି ଅଧା ମାଇଲରେ ସୈନ୍ୟ  ନିୟୋଜିତ କରିବେ ଏବଂ ଫେଣ୍ଟାନିଲ ଭଳି ଡ୍ରଗ୍ସରୁ ଦେଶକୁ  ରକ୍ଷା କରିବେ।