ଯଦି ମୁଁ  ରାଷ୍ଟ୍ରପତି ହୁଏ ତେବେ ଟ୍ରମ୍ପଙ୍କୁ କ୍ଷମା କରିଦେବି : ବିବେକ ରାମସ୍ୱାମୀ

ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ

137

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବିବେକ ରାମସ୍ୱାମୀ ନିଜର ଦୃଷ୍ଟିକୋଣରେ ଏକ ନରମ ଭାବ ଦେଖାଇଛନ୍ତି । ବିବେକ କହିଛନ୍ତି ଆଶା କରାଯାଉଛି ଯେ ନଭେମ୍ବର ୨୦୨୪ରେ ହେବାକୁ ଥିବା ଆମେରିକା ନିର୍ବାଚନ ପାଇଁ ମୁଁ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହେବି କିନ୍ତୁ ରିପବ୍ଲିକାନ୍ ପାର୍ଟି ଯଦି ଟ୍ରମ୍ପଙ୍କୁ ରାଷ୍ଟ୍ରପତି ଭାବେ ମନୋନୀତ କରେ ତେବେ ମୁଁ ତାଙ୍କୁ ସମର୍ଥନ କରିବି । ଯଦି ମୁଁ ରାଷ୍ଟ୍ରପତି ହୁଏ ତେବେ ତାଙ୍କୁ କ୍ଷମା କରିଦେବି ବୋଲି ରାମସ୍ୱାମୀ ଏକ କାର୍ଯ୍ୟକ୍ରମରେ କହିଛନ୍ତି ।

ଟ୍ରମ୍ପଙ୍କ ବିରୋଧରେ ଅନେକ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ରାମସ୍ୱାମୀ କହିଛନ୍ତି 

ନୀତି ପ୍ରସଙ୍ଗରେ ଟ୍ରମ୍ପଙ୍କ ସହ ଭଲ ସମ୍ପର୍କ

ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାମସ୍ୱାମୀ କହିଛନ୍ତି ଯେ ଟ୍ରମ୍ପଙ୍କର ଅନେକ ଗୁଡିଏ ନୀତି ସହ ସେ ଏକମତ ।  କେତେକ ପ୍ରସଙ୍ଗରେ ସେମାନଙ୍କର ମତଭେଦ ରହିଛି ବୋଲି ସ୍ୱୀକାର ମଧ୍ୟ କରିଛନ୍ତି। ସୂଚନାଯୋଗ୍ୟ ଯେ ଟ୍ରମ୍ପ ଅନେକ ମାମଲାର ସମ୍ମୁଖୀନ ହେଇ ଗିରଫ ହୋଇଥିଲେ ଏବଂ ବର୍ତ୍ତମାନ ଜାମିନରେ ଅଛନ୍ତି ।

 ମୁଁ ଟ୍ରମ୍ପଙ୍କ ବିରୋଧରେ ଲଢେଇ କରୁନାହିଁ

ରାମସ୍ୱାମୀ କହିଛନ୍ତି ଯେ ମୁଁ ଆମେରିକାର ପରବର୍ତ୍ତୀ ପିଢୀକୁ ଏକ ନୂତନ ଦର୍ଶନ ଦେବାକୁ ଚାହୁଁଛି ଯେ ଆମକୁ ଏକଜୁଟ ହେଇ ଅନ୍ୟାୟ ବିରୋଧରେ ଲଢେଇ କରିବାକୁ ହେବ ଏବଂ ଆମ ରାଷ୍ଟ୍ରୀୟ ଗୌରବକୁ ପୁନର୍ଜୀବିତ କରିବାକୁ ପଡ଼ିବ | ବିବେକ କହିଛନ୍ତି ଯେ ମୁଁ ଟ୍ରମ୍ପଙ୍କ ବିରୋଧରେ ଲଢେଇ କରୁଛି  ବୋଲି କହିବା ଭୁଲ ହେବ । ସେ କହିଛନ୍ତି ଯେ ମୁଁ କେବଳ ମୋ ଦେଶ ପାଇଁ ଲଢୁଛି  ଏବଂ ରାଷ୍ଟ୍ରୀୟ ଏକତା ପାଇଁ କାର୍ଯ୍ୟ କରୁଛି ।