ଆମେରିକାରେ ଆରମ୍ଭ ହେଲା ବଡ ଟିକାକରଣ କାର୍ଯ୍ୟକ୍ରମ: ନର୍ସଙ୍କୁ ଦିଆଗଲା ପ୍ରଥମ ଟିକା

158

କନକ ବ୍ୟୁରୋ: ଆମେରିକାର ଆରମ୍ଭ ହୋଇଛି କରୋନା ଟିକାକରଣ ଅଭିଯାନ । ଗତକାଲି ଦେଶରେ କରୋନା ଟିକାର ପ୍ରଥମ ଡୋଜ ଦିଆଯାଇଛି । ଏହି ପ୍ରଥମ ଡୋଜ ନ୍ୟୁୟର୍କର ଜଣେ ନର୍ସଙ୍କୁ ଦିଆଯାଇଛି । କରୋନା ଟିକାକରଣ ଏହି କାର୍ଯ୍ୟକ୍ରମ ଟିଭିରେ ବି ପ୍ରସାରିତ ହୋଇଥିଲା । ଆମେରିକାରେ ପ୍ରଥମ କରୋନା ଟିକା ଦିଆଯିବା ପରେ ଟ୍ୱିଟ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁସି ଜାହିର କରିଛନ୍ତି । ଆମେରିକାରେ ଫାଇଜରକୁ ଜରୁରୀକାଳୀନ ବ୍ୟବହାରକୁ ଅନୁମତି ମିଳିଛି । ଆଉ ଏହାର ପ୍ରଥମ ଉତ୍ପାଦନ ମିଶିଗନ ଗୋଦାମରୁ ଦେଶର ବିଭିନ୍ନ ସ୍ଥାନକୁ ପଠାଯାଇଛି ।

ଏହି ପ୍ରଥମ ଡୋଜ ସହ କରୋନା ପାଇଁ ଆମେରିକାରେ ବଡ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମିଶିଗନ ସ୍ଥିତ ଫାଇଜର ନିର୍ମାତା କମ୍ପାନୀ ଆମେରିକାରେ ୬୩୬ ସ୍ଥାନ ପାଇଁ ଟିକା ପଠାଯାଇଛି । ଦେଶରେ କରୋନା ସଂକ୍ରମଣ ରୋଗୀ ସର୍ବାଧିକ ହୋଇଛି । ଆଉ ଏହି ସମୟରେ ଦେଶରେ ଟିକାକରଣ ଆରମ୍ଭ ହୋଇଛି । କରୋନାରେ ଆକ୍ରାନ୍ତ ଦେଶମାନଙ୍କ ମଧ୍ୟରେ ଆମେରିକା ବିଶ୍ୱର ପ୍ରଥମ ସ୍ଥାନରେ ରହିଛି । କରୋନା ଯୋଗୁଁ ଦେଶରେ ୩ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ଏହାକୁ ଦୃଷ୍ଟିର ରଖି ଆମେରିକାର ବଡ ଧରଣର ଟିକାକରଣ ଆରମ୍ଭ ହୋଇଛି ।