ଚୀନର ହାଇପରସୋନିକ ମିସାଇଲ ପରୀକ୍ଷଣ ପରେ ଚିନ୍ତାରେ ଆମେରିକା, ମନେ ପଡିଲା ଋଷର ସ୍ପୁଟନିକ ସାଟେଲାଇଟ୍

164

କନକ ବ୍ୟୁରୋ : ବ୍ରିଟିସ ଖବରକାଗଜ ‘ଫାଇନାନସିଆଲ ଟାଇମ୍ସ’ ର ଏକ ଖବର ଏବେ ବେସ୍ ଚର୍ଚ୍ଚାରେ ରହିଛି । ଏହି ରିପୋର୍ଟରେ କୁହାଯାଇଛି କି ଚୀନ ଦୁଇମାସ ପୂର୍ବରୁ ଏକ ଶକ୍ତିଶାଳୀ ହାଇପରସୋନିକ ମିସାଇଲ ପରୀକ୍ଷଣ କରିଛି । ଏହାସହ ଏହି ରିପୋର୍ଟରେ ଆହୁରି କୁହାଯାଇଛି କି ଏହି ମିସାଇଲର କ୍ଷମତା ଜାଣିବା ପରେ ଆମେରିକାର ଗୁଇନ୍ଦା ସଂସ୍ଥା ଚିନ୍ତାରେ ପଡିଯାଇଛି । ସେପଟେ ଆମେରିକା ରକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଏହି ମାମଲାକୁ ନେଇ ଏକ ବଡ ବୟାନ ଦେଇଛନ୍ତି ।

ଆମେରିକା ସେନାର ସଂଯୁକ୍ତ ମୁଖ୍ୟ ମାର୍କ ମିଲି ‘ବ୍ଲୁମବର୍ଗ’ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି କି ଚୀନ ଗୁପ୍ତରେ ହାଇପରସୋନିକ ମିସାଇଲର ପରୀକ୍ଷଣ କରିଛି ଯାହାକି ଋଷର ସ୍ପୁଟନିକ ଲଞ୍ଚ କଥା ମନେ ପକାଇ ଦେଉଛି । କହିରଖୁ କି, ୧୯୫୭ ମସିହାରେ ଋଷ ସ୍ପୁଟିନକ୍ ସାଟେଲାଇଟର ଲଞ୍ଚ୍ କରିଥିଲା । ଏହି ସାଟେଲାଇଟ୍ ଲଞ୍ଚ ପରେ ଆମେରିକା ଓ ଋଷ ମଧ୍ୟରେ ଶତ୍ରୁତା ଦେଖାଦେଇଥିଲା । ହେଲେ ଏହା ପରୀକ୍ଷଣ କରି ଋଷ ଆମେରିକାକୁ ଦେଖାଇ ଦେଇଥିଲା କି ଟେକ୍ନୋଲୋଜୀ କ୍ଷେତ୍ରରେ ସେ ଆମେରିକା ଠାରୁ ବହୁତ ଆଗରେ ରହିଛି । ଏହାପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ୍ ଏଫ୍ କେନେଡି ଘୋଷଣା କରିଥିଲେ କି ଆମେରିକା ମହାକାଶକୁ ମହାକାଶଚାରୀ ପଠାଇବ ।

କହିରଖୁ କି ହାଇପରସୋନିକ ମିସାଇଲ ବାଲେଷ୍ଟିକ ମିସାଇଲ ଠାରୁ ବହୁଗୁଣା ଶକ୍ତିଶାଳୀ । ହାଇପରସୋନିକ ମିସାଇଲ ଶବ୍ଦର ଗତିଠାରୁ ୫ ଗୁଣା ଅଧିକ ଗତିରେ ଶତ୍ରୁ ଉପରେ ଆକ୍ରମଣ କରିପାରିବ । ଏହାକୁ ଏୟାର ଡିଫେନ୍ସ ସିଷ୍ଟମ ମାଧ୍ୟମରେ ଚିହ୍ନିତ କରିବା ବି ସମ୍ଭବ ନୁହେଁ । ଯଦି କୌଣସି ଦେଶ ହାଇପରସୋନିକ ମିସାଇଲ ଲଂଚ କରେ ତେବେ ଏହାକୁ ଆଣ୍ଟି ଡିଫେନ୍ସ ମିସାଇଲ ସିଷ୍ଟମର ସହାୟତାରେ ଅଟକାଇବା ସମ୍ଭବପର ନୁହେଁ ।