ଚୀନକୁ ଚେତାବନୀ ଦେଲେ ଟ୍ରମ୍ପ । କହିଲେ, ଆଗାମୀ ନିର୍ବାଚନରେ ମୁଁ ହିଁ ବିଜୟୀ ହେବି, ବର୍ତମାନ ସମୟରେ ଆମ ସାଙ୍ଗରେ କର ଆଲୋଚନା

ଆମେରିକା ଓ ଚୀନ ମଧ୍ୟରେ ଏବେ ବାଣିଜ୍ୟ ଯୁଦ୍ଧ ଦେଖିବାକୁ ମିଳିଛି

221

କନକ ବ୍ୟୁରୋ : ଆମେରିକା ଓ ଚୀନ ମଧ୍ୟରେ ଏବେ ବାଣିଜ୍ୟ ଯୁଦ୍ଧ ଦେଖିବାକୁ ମିଳିଛି । ତେବେ ଏଥି ପାଇଁ ୨ ଦେଶର ବାଣିଜିକ କ୍ଷତି ହେଉଛି । ତେଣୁ ଏହାର ସମାଧାନ ପାଇଁ ୨ ଦେଶ ମଧ୍ୟରେ ଗତ କିଛିଦିନ ହେବ କଥାବାର୍ତା ମଧ୍ୟ ହୋଇଥିବା ଜଣାପଡିଛି । ଏହି ଆଲୋଚନା ଆଗାମୀ ଦିନରେ ବେଜିଂରେ ହେବ ବୋଲି ଚୀନର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ହେଲେ ଏହାର କୌଣସି ନିର୍ଦ୍ଧିଷ୍ଟ ତାରିଖ ଧାର୍ଯ୍ୟ ହୋଇନଥିବା ଅଧିକାରୀ ଜଣକ କହିଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଚୀନ ସ୍ପଷ୍ଟ ଭାବରେ କହିଛି ଯେ, କୌଣସି ପରିସ୍ଥିତିରେ ବି ଚୀନ ନିଜ ସ୍ୱାର୍ଥରୁ ଓହରିବ ନାହିଁ ।

ସେପଟେ ଆମେରିକା ମଧ୍ୟ ନିଜ ଜିଦରେ ଅଟଳ ରହିଛି । ରାଷ୍ଟପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ନିଜର ହିତ ପାଇଁ ଆମେରିକା ସହ ଚୀନ ବୁଝାମଣା କରିବାର ଆବଶ୍ୟକତା ରହିଛି । ଯଦି ଆମେରିକା ସହ ବର୍ତମାନ ସମୟରେ ଚୀନ ଆଲୋଚନା ନକରେ ତେବେ ମୋର ପରବର୍ତୀ କାର୍ଯ୍ୟକାଳ ସମୟରେ ସ୍ଥିତି ସଙ୍ଗୀନ ହୋଇସାରିଥିବା ବୋଲି ଡେନାଲ୍ଡ ଟ୍ରମ୍ପ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୦ ମସିହାରେ ହେବାକୁ ଥିବା ନିର୍ବାଚନରେ ଯଦି ଡେମୋକ୍ରାଟିକ କେହି ରାଷ୍ଟ୍ରପତି ହୁଅନ୍ତି ତେବେ ପ୍ରତିବର୍ଷ ୫୦୦ ଆମେରିକା ଡଲାର ଚୂନା ଲଗାଇବା ପାଇଁ ମୌକା ମିଳିବ ।

source : The Indian Express

ଏହାସହ ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ମୋର ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ବର୍ତମାନ ସମୟରେ ଚାଲିଥିବା କଥା ଅତି ଜଟିଳ ହୋଇପାରେ । ତେଣୁ ବର୍ତମାନ ଉଚିତ ସମୟ, ଚୀନ ଆଲୋଚନା କରିବା ଦରକାର ବୋଲି ଟ୍ରମ୍ପ କହିଛନ୍ତି । ତେବେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଏହି ବାଣିଜିକ ଯୁଦ୍ଧର ଅନ୍ତ କେବେ ହେବ ତାହାକୁ ନେଇ ବେଶ ଚର୍ଚ୍ଚା ଉଭୟ ଦେଶରେ ଚାଲିଥିବା ଜଣାପଡିଛି ।