ଚୀନର ଭୟଙ୍କର ଷଡଯନ୍ତ୍ର, ବିଭିନ୍ନ ଦେଶକୁ ପଠାଉଛି ବିଷାକ୍ତ କେମିକାଲ ଯୁକ୍ତ ଖେଳନା

223

କନକ ବ୍ୟୁରୋ : ସବୁବେଳେ କିଛି ନା କିଛି ବଦମାସ କାମ କରି ଚର୍ଚ୍ଚାରେ ରହିଛି ଚୀନ । ଏବେ ଚୀନ ଟାର୍ଗେଟରେ ଭାରତ ସମେତ ବିଶ୍ୱର ଅନେକ ଶକ୍ତିଶାଳୀ ଦେଶ ରହିଛି । ଏହି କ୍ରମରେ ଚୀନ କେତେବେଳ କାହା ସୀମାରେ ପଶିବାକୁ ଚେଷ୍ଟା କରୁଛି ତ କେତେବେଳ ଯୁଦ୍ଧର ଧମକ ଦେଇ ଦେଶ ଦେଶ ମଧ୍ୟରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ହେଲେ ଏହାରି ମଧ୍ୟରେ ଚୀନର ଆଉଏକ ଷଡଯନ୍ତ୍ରକୁ ଧରିଛି ଆମେରିକା ।

ବିଶେଷ କରି ସାରା ବିଶ୍ୱରେ ଯଦି ଶସ୍ତା ବା କମ୍ ଦାମରେ କିଛି ଜିନିଷ ମିଳେ ତାହା ନିଶ୍ଚିତ ଭାବେ ଚାଇନା ଦ୍ୱାରା ପ୍ରସ୍ତୁତ ହୋଇଥାଏ । ଏହି କ୍ରମରେ ଚାଇନାର ଖେଳନା ସାରା ବିଶ୍ୱର ପିଲାମାନଙ୍କ ବେସ୍ ପଶନ୍ଦ । ଅନ୍ୟ ଦେଶର ଛୋଟ ପିଲାମାନଙ୍କର ଏହି ଦୁର୍ବଳତାକୁ ଏବେ ଚୀନ ହତିଆର ଭାବେ ବ୍ୟବହାର କରୁଥିବା ଆମେରିକା ଦାବି କରିଛି । ଚୀନ ବାହାର ଦେଶକୁ ପଠାଉଥିବା ଖେଳନାରେ ବିଷାକ୍ତ କେମିକାଲର ପ୍ରଲେପ ଦେଉଥିବା କଥା ଦାବି କରିଛି ଚୀନ । ଏହି କେମିକାଲକୁ ଛୁଇଁବା ଓ ଏହାର ଗନ୍ଧ ପିଲାମାନଙ୍କ ଶରୀରକୁ ପ୍ରବେଶ କଲେ ଏହା ପିଲାମାନଙ୍କ ଶାରିରୀକ ଓ ମାନସିକ ବିକାଶରେ ବାଧା ସୃଷ୍ଟି କରିବ ବୋଲି ଆମେରିକା ଦାବି କରିଛି । ଏନେଇ ଶୁକ୍ରବାର ଦିନ ଆମେରିକା ପକ୍ଷରୁ ଚୀନରୁ ଆସୁଥିବା କିଛି ଖେଳନା ଗାଡିକୁ ଜବତ କରିଛି । କୁହାଯାଉଛି କି ଜବତ ହୋଇଥିବା ଖେଳନା ଭାରତରେ ସର୍ବାଧିକ ବିକ୍ରି ହୋଇଥାଏ ।

ଆମେରିକା ତରଫରୁ ଜବତ ହୋଇଥିବା ଚୀନର ଖେଳନାଗୁଡିକରେ ସୀସା, କେଡମିୟମ, ବୋରିୟମ ଭଳି ରାଶାୟନିକ ପଦାର୍ଥ ଆବଶ୍ୟକତା ଠାରୁ ଅଧିକ ବ୍ୟବହାର ହୋଇଥିବା କଥା କୁହାଯାଇଛି । ଜୁଲାଇ ୧୬ ତାରିଖରେ ଏହି ଖେଳନାକୁ ନେଇ ଆମେରିକା ତରଫରୁ ପ୍ରାରମ୍ଭିକ ଯାଂଚ ଆରମ୍ଭ ହୋଇଥିଲା । ଏହାପରେ ଏହି ଖେଳନାଗୁଡିକୁ ପରୀକ୍ଷାଗାରାକୁ ପଠାଇ ଦିଆଯାଇଥିଲା । ଏଥିରୁ ସ୍ପଷ୍ଟ ହୋଇଥିଲା କି ଖେଳନାରେ ଆବଶ୍ୟକତା ଠାରୁ ଅଧିକ ରାଶାୟନିକ ପଦାର୍ଥ ବ୍ୟବହାର କରାଯାଇଛି ।

ଆମେରିକା ଚୀନରୁ ଆସିଥିବା ଖେଳନାର ୭ ଟି ବାକ୍ସ ଜବତ କରିଛି । ଏଥିରେ ମୋଟ ୨୯୫ ପ୍ୟାକେଟ ଖେଳନା ରହିଥିବା କଥା କୁହାଯାଇଛି । ଏହି ଖେଳନା ଗୁଡିକ ଭାରତୀୟ ପିଲାଙ୍କର ବେସ ପ୍ରିୟ ହୋଇଥିବା ବେଳେ ଏନେଇ ଆମେରିକା ପକ୍ଷରୁ ଭାରତକୁ ସତର୍କ କରାଯାଇଛି ।