ଗୋପନ ପରୀକ୍ଷଣ ଖବରକୁ ଖଣ୍ଡନ କଲା ଚୀନ । କହିଲା, ଆମେରିକା ଆଣିଥିବା ଅଭିଯୋଗ ଭିତ୍ତିହୀନ

647

କନକ ବ୍ୟୁରୋ : ଗୋପନ ପରମାଣୁ ପରୀକ୍ଷଣକୁ ନେଇ ଆମେରିକା ଓ ଚୀନ ମଧ୍ୟରେ ଏକ ନୂଆ ବିବାଦର ସୁତ୍ରପାତ ହୋଇଛି । ଚୀନ ଗୋପନରେ ପରମାଣୁ ପରୀକ୍ଷଣ କରୁଥିବା ଆମେରିକା କହିବା ପରେ ଏହାକୁ ତୀବ୍ର ବିରୋଧ କରିଛି ଚୀନ ।

ବେଜିଂପକ୍ଷରୁ ଏହି ଖବରକୁ ଖଣ୍ଡନ କରାଯିବା ସହ କୁହାଯାଇଛି ଯେ ଚୀନ ବିଶ୍ୱରେ ପରମାଣୁ ପରୀକ୍ଷା ବନ୍ଦ କରିବା ଦିଗରେ ପ୍ରତିଶ୍ରୁତିବଦ୍ଧ । ଚୀନର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜାନ କହିଛନ୍ତି ଯେ ଆମେରିକା ମିଛରେ ସବୁବେଳେ ଚୀନ ଉପରେ ଅବାନ୍ତର ଅଭିଯୋଗ ଲଗାଇଚାଲିଛି । ସିଟିବିଟିରେ ପ୍ରଥମେ ସ୍ୱାକ୍ଷର କରିଥିବା ବିଶ୍ୱର କେତୋଟି ଦେଶ ମଧ୍ୟରେ ଚୀନ ଅନ୍ୟତମ । ଚୀନ ସବୁବେଳେ ପରମାଣୁ ନିରସ୍ତ୍ରୀକରଣ ଦିଗରେ କାମ କରିଆସିଛି ।

ସୂଚନାଯୋଗ୍ୟ ଯେ ଚୀନ ଗୋପନରେ ପରମାଣୁ ପରୀକ୍ଷା କରୁଥିବା ଆମେରିକାର ପରରାଷ୍ଟ୍ର ବିଭାଗର ଏକ ଗୋପନ ରିପୋର୍ଟରେ କୁହାଯାଇଥିଲା । ଏହି ରିପୋର୍ଟରେ କୁହାଯାଇଛି ଯେ ଅନ୍ତର୍ଜାତୀୟ ନିୟମ ଅନୁସାରେ କୌଣସି ପ୍ରକାରର ପରିମାଣୁ ପରୀକ୍ଷାକୁ ନିଷିଦ୍ଧ କରାଯାଇଥିଲେ ମଧ୍ୟ ଚୀନ ଗୋପନରେ ଏହା ଜାରି ରଖିଛି । ୨୦୧୯ରେ ଚୀନର ଲୁପ ନୁର ପରୀକ୍ଷଣ କେନ୍ଦ୍ରରେ ଏପରି କେତେକ ଜିରୋ ୟେଲଡ ପରୀକ୍ଷଣ କରାଯାଇଥିବା ଏହି ରିପୋର୍ଟରେ କୁହାଯାଇଛି । ଜିରୋ ୟେଲଡ ପରୀକ୍ଷଣର ଅର୍ଥ ହେଉଛି ପରମାଣୁ ପରୀକ୍ଷଣ ବେଳେ ଅନିୟନ୍ତ୍ରିତ ଚେନ ରିଆକ୍ସନ ହେବ ନାହିଁ ।