ଆତଙ୍କବାଦ ଛାଡି ଭାରତ ସହ ବନ୍ଧୁତା କରୁ ପାକିସ୍ତାନ ! ପରାମର୍ଶ ଦେଲା ଆମେରିକା

35

କନକ ବ୍ୟୁରୋ : ପାକିସ୍ତାନକୁ ଆମେରିକାର ଉପଦେଶ । ଆତଙ୍କବାଦକୁ ଛାଡି ଭାରତ ସହ ବନ୍ଧୁତା କରିବା ପାଇଁ ପାକିସ୍ତାନକୁ ଉପଦେଶ ଦେଇଛନ୍ତି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ । ପାକିସ୍ତାନ ଯଦି ଭାରତ ସହ ସୁସମ୍ପର୍କ ସ୍ଥାପନ କରେ ତେବେ ପାକିସ୍ତାନକୁ ଭାରତ ପକ୍ଷରୁ ଆର୍ଥିକ ଲାଭ ମିଳିବ ବୋଲି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଜେମ୍ସ ମେଟିସ କହିଛନ୍ତି । ଅନ୍ତରାଷ୍ଟ୍ରୀୟ ଦାୟିତ୍ୱ ତୁଳାଇବା ପାଇଁ ବାଟ ବାହାର କରିବା ସହ ଆତଙ୍କବାଦରୁ ଦୁରେଇ ଗଲେ ପାକିସ୍ତାନକୁ ଆର୍ଥିକ ଲାଭ ମିଳିବ ବୋଲି ଜେମ୍ସ ମେଟିସ କହିଛନ୍ତି ।

-trump-mattisଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦକ୍ଷିଣ ଏସିଆ ନୀତି ଘୋଷଣା କରିବାର କିଛି ସପ୍ତାହ ପରେ ଏପରି ବୟାନ ଦେଇଛନ୍ତି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ । ଦକ୍ଷିଣ ଏସିଆ ନୀତିରେ ପାକିସ୍ତାନ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ପଡୋଶୀ ରାଷ୍ଟ୍ର ଭାବରେ ଭାରତର ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ତେବେ ଯଦି ପାକିସ୍ତାନ ଅର୍ନ୍ତରାଷ୍ଟ୍ରୀୟ ଦାୟିତ୍ୱ ତୁଳାଇବା ପାଇଁ ବାଟ ବାହାର କରେ ଓ ନିଜ ଦେଶ ମଧ୍ୟରେ ଆତଙ୍କବାଦ କାର୍ଯ୍ୟକଳାପ ବନ୍ଦ କରେ ତେବେ ପାକିସ୍ତାନକୁ ଆର୍ଥିକ ଲାଭ ମିଳିବ ବୋଲି ମେଟିସ କହିଛନ୍ତି ।

ଏହାସହ ଯେ ପର୍ଯ୍ୟନ୍ତ ଆତଙ୍କବାଦୀଙ୍କୁ ଶରଣ ଦେବା ବନ୍ଦ କରାନଯାଏ ତେବେ କେବଳ ଆଫଗାନିସ୍ତାନ ନୁହେଁ ପାକିସ୍ତାନ ଓ ଭାରତରେ ମଧ୍ୟ ଅସ୍ଥିରତା ଲାଗି ରହିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ତା ଛଡା ଯେତେବେଳେ ଯାଏଁ ପାକିସ୍ତାନ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବ ସେତେବେଳେ ଯାଏଁ ପାକିସ୍ତାନ ପ୍ରତି ଥିବା ଆଭିମୁଖ୍ୟ ଆମେରିକା ବଦଳାଇବ ନାହିଁ । ଅନେକ ସମୟରେ ଏହି ଆତଙ୍କବାଦୀ ମାନେ ଆମେରିକାର ନାଗରିକ ଓ ଅଧିକାରୀଙ୍କୁ ହତ୍ୟା କରୁଛନ୍ତି ।