କନକ ବ୍ୟୁରୋ : ଫେବୃଆରୀ ୨୪ରୁ ଏପ୍ରିଲ୍ ୨୭ । ଋଷ-ୟୁକ୍ରେନ୍ ଯୁଦ୍ଧ ଆଜିକୁ ଦୁଇମାସ ୩ଦିନ ବିତିଗଲାଣି । ୟୁକ୍ରେନ୍ ଦଖଲ ମିଶନ ନେଇ ଯେଉଁ ଅଭିଯାନ ଆରମ୍ଭ କରିଥିଲା ଋଷ, ତାହା ଆଜି ଯାଏଁ କୌଣସି ଆଭାସ ମିଳୁନାହିଁ । ଏପରିକି ଋଷ ଚାହିଁଥିଲା ଖୁବ୍ ଶୀଘ୍ର ୟୁକ୍ରେନରେ ନିଜର ସାମ୍ରାଜ୍ୟ ବିସ୍ତାର କରିବ । ମାତ୍ର ଏହିସବୁ ଆକଳନ ଭୁଲ ପ୍ରମାଣିତ ହୋଇଛି । ଋଷ ବିରୋ ୟୁକ୍ରେନ୍ କଡା ଜବାବ ଦେଇଚାଲିଛି । ଏହାରି ଭିତରେ ୟୁକ୍ରେନ୍ ଯୁଦ୍ଧ ଯିତିବ ବୋଲି ଆକଳନ କରିଛି ଆମେରିକା ।
ଗତ ସୋମବାର ଦିନ ଆମେରିକା କହିଛି, ୟୁକ୍ରେନ୍ ପାଖରେ ଯଦି ଆବଶ୍ୟକ ଅସ୍ତ୍ରଶସ୍ତ୍ର ପହଞ୍ଚାଇପାରିବ ତେବେ ଏହା ଋଷ ବିରୋଧରେ ବିଜୟ ହାସଲ କରିପାରିବ । ଇତି ମଧ୍ୟରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଆମେରିକା ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ କହିଛନ୍ତି, ଯଦି ଆମେରିକା ମତେ ଆବଶ୍ୟକ ସାହାଯ୍ୟ ଯୋଗାଇ ଦିଏ ତେବେ ଋଷୃକୁ ୟୁକ୍ରେନ୍ ନିଶ୍ଚୟ ହରାଇବ । ଏହା ମୋର ପ୍ରତିଜ୍ଞା । ୟୁକ୍ରେନ୍ ଗସ୍ତକାଳରେ ଆମେରିକାର ଦୁଇ ମନ୍ତ୍ରୀଙ୍କ ସହ ମୁହାଁମୁହିଁ ଆଲୋଚନା ବେଳେ ଏପରି କହିଛନ୍ତି ଜେଲେନସ୍କି ।
ସେପଟେ ୟୁକ୍ରେନକୁ ସହଯୋଗ କରିବ ବୋଲି ପ୍ରତିସୃତି ଦେଇଛି ଆମେରିକା । ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଅଷ୍ଟିନ୍ କହିଛନ୍ତି ଯେ, ୟୁକ୍ରେନକୁ ଆମେରିକା ୩୨୨ ନିୟୁତ ଡଲାର ସହାୟତା ଯୋଗାଇ ଦେବ । ଏଥିରୁ ଅସ୍ତ୍ରଶସ୍ତ୍ର ବିକ୍ରି ବାବଦରେ ୧୬୫ ନିୟୁତ ଡଲାର ଦିଆଯିବ । ୟୁକ୍ରେନ୍ ଗସ୍ତ ସମୟରେ ଅଷ୍ଟିନ୍ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଋଷ ବିରୋଧୀ ଯୁଦ୍ଧରେ ୟୁକ୍ରେନ୍ ସପକ୍ଷରେ ପ୍ରାୟ ୩୦ଟି ଦେଶ ରହିଛନ୍ତି ।
ଅନ୍ୟପଟେ, ୟୁକ୍ରେନକୁ ସାମରିକ ସହାୟତା ଯୋଗାଇଦେବା ନିମନ୍ତେ ଆମେରିକା ନେଇଥିବା ନିଷ୍ପତ୍ତି ଉପରେ କ୍ଷୁବ୍ଧ ହୋଇଛି । ଗତ ସୋମବାରଦିନ ଏଥିପାଇଁ ଋଷ ଆମେରିକାକୁ ସରର୍କ କରାଇଛି । ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ନପଠାଇବା ପାଇଁ ଋଷ ଆମେରିକାକୁ ଚେତାବନୀ ଦେଇଛି । ଏହାରି ଭିତରେ ଋଷ ତାର ମାନବିକତା ଦେଖାଇଛି । ମାରିଉପୋଲ ସହରରେ ଏକ ଇସ୍ପାତ କାରଖାନାରେ ଶ୍ରମିକ ଓ ତାଙ୍କର ପରିବାର ଲୋକଙ୍କ ସହ କୁନି କୁନି ପିଲା ଫସିରହିଥିବାରୁ, ସେହି ସ୍ଥାନକୁ ଛାଡି ଅନ୍ୟ ସମସ୍ତ ଅଞ୍ଚଳରେ ଆକ୍ରମଣ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ୟୁକ୍ରେନ୍ ଅଭିଯୋଗ କରିଛି ଯେ ଋଷ ସେନା ତାଙ୍କର ସୁପ୍ରିମ କମାଣ୍ଡରଙ୍କ ନିର୍ଦ୍ଦେଶକୁ ଅବମାନନା କରି ଇସ୍ପାତ କାରଖାନା ଉପରେ ଆକ୍ରମଣ କରିଛି ।
ଋଷ-ୟୁକ୍ରେନ୍ ଯୁଦ୍ଧ : ଋଷକୁ ହରାଇବ ୟୁକ୍ରେନ୍ । ଆମେରିକାର ଆକଳନ, ପ୍ରତିଜ୍ଞା କଲେ ଜେଲେନସ୍କି
Advertisment
Follow Us