କନକ ବ୍ୟୁରୋ: ଆମେରିକାରେ ନୂଆ ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ଚୀନ୍ ଓ ଆମେରିକା ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ବସିଛି । ତେବେ ଏହି ବୈଠକରୁ କୌଣସି ସକରାତ୍ମକ ଆଲୋଚନା ହୋଇନାହିଁ । ବରଂ ଟ୍ରମ୍ପ ଶାସନ ଅପେକ୍ଷା ଏବେ ବାଇଡେନ ରାଷ୍ଟ୍ରପତି ହେବା ପରେ ଦୁଇ ରାଷ୍ଟ୍ର ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଆଲାସ୍କାରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ପର୍କ ସମ୍ବନ୍ଧୀୟ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆମେରିକାର ବୈଦେଶିକ ସଚିବ ଏଂଟନି ବ୍ଲିଙ୍କେନ ଓ ନିରାପତା ଉପଦେଷ୍ଟା ଜେକ୍ ସେଲିଭିଆନ ସେମାନଙ୍କର ଚୀନ୍ ପ୍ରତିପକ୍ଷ ୱାଙ୍ଗ ୟି ଓ ଏବଂ ୟାଙ୍ଗ ଜିଏଚି ଯୋଗଦେଇଥିଲେ । ଏହି ବୈଠକରେ ଉଭୟ ଦେଶ ମଧ୍ୟରେ ଯୁକ୍ତିତର୍କ ଓ ମତାନ୍ତର ଭଳି ସ୍ଥିତି ଉପୁଜିଛି ।
ସିନଜିଆଙ୍ଗ, ହଙ୍ଗକଙ୍ଗ ଓ ତାଇୱାନ ଅଂଚଳରେ ଚୀନ୍ ଚଳାଇଥିବା କାର୍ଯ୍ୟକଳାପ ଏବଂ ଆମେରିକା ଉପରେ ସାଇବର ଆକ୍ରମଣ ଏବଂ ମିତ୍ର ରାଷ୍ଟ୍ର ଗୁଡିକ ଉପରେ ଆର୍ଥିକ ଚାପ ସୃଷ୍ଟି କରିବା ଆନ୍ତର୍ଜାତିକ ସମ୍ପର୍କକୁ ବିଗାଡୁଛି ବୋଲି ଆମେରିକା ବୈଦେଶିକ ସଚିବ କହିଛନ୍ତି । ଚୀନ୍ର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ବେଳେ ଏହା କହିଛି ଆମେରିକା । ଏହାସହ ଏହି ବୈଠକରେ ଚୀନ୍ ନୀତିନିୟମ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରିଛି ଆମେରିକା । ବୈଶ୍ୱିକ ସ୍ତିରତା ବଜାୟ ରଖୁଥିବା ନୀତିନିୟମକୁ ସୁରକ୍ଷା ଦେବା ଆମେରିକାର ଉଦ୍ଦେଶ୍ୟ । ଏବଂ ଏହି ନୀତିନିୟମ ନମାନିଲେ ବିଶ୍ୱରେ ଖୁବ୍ ଭୟାବହ ପରିସ୍ଥିତି ଉପୁଜିବ ବୋଲି ଚେତାଇ ଦେଇଛି ୱାସିଂଟନ ।
ସେହିପରି ବେଜିଂ ବିପକ୍ଷରେ ଟ୍ରମ୍ପ ପ୍ରଶାସନ ଗ୍ରହଣ କରିଥିବା କଠୋର କଟକଣା କୋହଳ କରାଯିବ ନାହିଁ ବୋଲି ଏହି ଉଚ୍ଚସ୍ତରୀୟ ବୈଠକରେ ସ୍ପଷ୍ଟ କରିଛି ଆମେରିକା । ବରଂ ମିତ୍ର ରାଷ୍ଟ୍ର ଗୁଡିକ ସହ ମିଳିତ ଭାବେ କଟକଣା ଗୁଡିକୁ ଅଧିକ କଠୋର କରିବା ଲାଗି ବାଇଡେନ ପ୍ରଶାସନ ବ୍ୟବସ୍ଥା କରିବ ବୋଲି ଆମେରିକୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/vlcsnap-2021-03-19-21h02m15s144.png)