କନକ ବ୍ୟୁରୋ : ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗିଥିବା ଯୁଦ୍ଧ ୧୩ ଦିନରେ ପହଂଚିଛି । ଯୁଦ୍ଧର ୧୨ ଦିନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ପହଂଚିଛନ୍ତି । ସେପଟେ ଯୁଦ୍ଧ ସଂଘର୍ଷ ଉପରେ ବିରାମ ଦାବି କରି ଶହଶହ ପ୍ରଦର୍ଶନକାରୀ ବୁଧବାର ଦିନ ୱାସିଂଟନର ସଂସଦ ଭବନ ନିକଟରେ ପହଂଚିଥିଲେ । ଏହାପରେ ପାଖାପାଖି ୩୦୦ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି ।

Advertisment

ପ୍ରଦର୍ଶନକାରୀମାନେ ୱାସିଂଟନ ସଂସଦ ନିକଟରେ ପହଂଚିବା ପରେ ସେମାନଙ୍କୁ କ୍ୟାପିଟଲ ହିଲ ନିକଟକୁ ଯିବାକୁ ଅନୁମତି ମିଳିନଥିଲା । ଏହି ରାଲିର ଆୟେଜନ ଦୋ ୟହୁଦୀ ସମୁହ, ୟହୁଦୀ ଭଏସ ଫର ପିସ୍ ଓ ଇଫ୍ ନଟ୍ ନାଉଁ ଦ୍ୱାରା କରାଯାଇଥିଲା । ଏହି ରାଲିରେ ପାଖାପାଖି ୪୦୦ ସଦସ୍ୟ କେନନ ହାଉସ ଅଫିସ ବିଲ୍ଡିଂରେ ଏକାଠି ହୋଇଥିଲେ ।

ସେହିଭଳି ବିଲ୍ଡିଂ ବାହାରେ ଶହ ଶହ ଲୋକ ‘ଏବେ ଯୁଦ୍ଧ ଉପରେ ବିରାମ ଲଗାଅ ’ ବୋଲି ନାରା ଦେଇଥିଲେ । କହିରଖୁ କି ସଂସଦ ଭବନରେ ପ୍ରଦର୍ଶନ ପାଇଁ ଅନୁମତି ନାହିଁ । ଆୟୋଜକଙ୍କ ଅନୁମାନ ରହିଛି କି ପାଖାପାଖି ୩୦୦ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି ।

ସେପଟେ କ୍ୟାପିଟଲ ପୋଲିସ ସାମାଜିକ ଗଣମାଧ୍ୟମ ଏକ୍ସ ଉପରେ ଦେଇଥିବା ସୂଚନାରେ ଗିରଫଦାରୀ ନେଇ କୌଣସି ସଂଖ୍ୟା ଉପରେ ଟିପ୍ପଣୀ ଦେଇନାହିଁ । କିନ୍ତୁ ପ୍ରଦର୍ଶନକାରୀମାନେ କ୍ୟାପିଟଲ ହିଲ ପର୍ଯ୍ୟନ୍ତ ଯାଇଥିଲେ ବୋଲି ସୂତ୍ର ସୂଚନା ରହିଛି ।