କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ, ଭାରତୀୟ ପ୍ରଶାସନ ସହ ଯୋଗାଯୋଗ କରୁଛି ।ୠଷ ମାମଲାରେ ଆମେରିକୀୟ କୁଟନୀତିଜ୍ଞମାନେ ଭାରତୀୟ ଅଧିକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଆମେରିକାର ଜଣେ ବରିଷ୍ଠ କୁଟନୀତିଜ୍ଞ ସୂଚନା ଦେଇଛନ୍ତି ।ଆସିଷ୍ଟାଣ୍ଟ ସେକ୍ରେଟାରୀ ଅଫ ଷ୍ଟେଟ ଡୋନାଲ୍ଡ ଲିୟୁ କହିଛନ୍ତି, ଋଷିଆ ଆକ୍ରମଣ ବିରୋଧରେ ସାରା ବିଶ୍ୱ ଏକାଠି ହେବା ଦରକାର ।

Advertisment

ମିଳିତ ଜାତିସଂଘରେ ରୁଷିଆ ଆକ୍ରମଣର ନିନ୍ଦା ପ୍ରସ୍ତାବ ଠାରୁ ଭାରତ ଦୂରେଇ ରହିବା ପରେ ଆମେରିକୀୟ ଅଧିକାରୀମାନେ ଏନେଇ ଭାରତୀୟ ପ୍ରଶାସନକୁ ବୁଝାଇବାକୁ ଉଦ୍ୟମ କରୁଛନ୍ତି । ଆମେରିକା ଓ ଭାରତ ଭିତରେ ସଂପର୍କକୁ ଠିକ୍ ଦିଗରେ ଆଗେଇ ନେଇ ବିଶ୍ୱର ସୁରକ୍ଷା ପ୍ରତି ସମସ୍ତେ କାମ କରିବା ଉଚିତ୍ ବୋଲି ବୁଝାଉଛନ୍ତି, ଆମେରିକୀୟ ଅଧିକାରୀ । ଏହି ମାମଲାରେ ଭାରତ କହି ଆସୁଛି, ଯେ ଆଲୋଚନା ମାଧ୍ୟମରେ ରୁଷିଆ ଓ ୟୁକ୍ରେନର ବିବାଦର ସମାଧାନ କରିବା ଉଚିତ୍ । କିନ୍ତୁ ରୁଷିଆ ଆକ୍ରମଣର ନିନ୍ଦା ପ୍ରସ୍ତାବ ଉପରେ ଜାତିସଂଘରେ ଭୋଟ ଦାନରୁ ବିରତ ରହୁଛି ଭାରତ ।

ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଆଜି ହେବାକୁ ଯାଉଛି କ୍ୱାଡ୍ ବୈଠକ । କ୍ୱାଡ ରାଷ୍ଟ୍ର ସମୁହଙ୍କ ଏହି ଭର୍ଚୁଆଲ ସମ୍ମଳିନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିନସନ୍, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡା ଯୋଗ ଦେବେ । ୱାଶିଂଟନ ଡିସିରେ ୨୦୨୧ ସେପ୍ଟେମ୍ବର ହୋଇଥିବା କ୍ୱାଡ ସମ୍ମିଳନୀ ପରେ ଆଜି ପୁଣି ଚାରି ଦେଶର ନେତା ବୈଠକ କରିବାକୁ ଯାଉଛନ୍ତି । ଏଥିରେ ଭାରତ ମହାସାଗର ଅଂଚଳର ସ୍ୱାର୍ଥ ସମ୍ବଳିତ ପଦକ୍ଷେପ, ବିକାଶ ସଂପର୍କିତ ଯୋଜନା ଉପରେ ଚର୍ଚ୍ଚା ହେବ । ଏହାଛଡା କ୍ୱାଡ ରାଷ୍ଟ୍ର ମିଳିତ ଭାବେ ଭାରତ ମହାସାଗର ଅଂଚଳର ବିକାଶ ପାଇଁ ନେଇଥିବା ପଦକ୍ଷେପର ସମୀକ୍ଷା ମଧ୍ୟ କରିବେ । ତେବେ ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ରୁଷିଆ ବିରୋଧରେ ମୁହଁ ଖୋଲିବାକୁ ଆମେରିକା ଭାରତକୁ ବୁଝାଉଥିବାରୁ କ୍ୱାଡ ବୈଠକରେ ଏହି ପ୍ରସଙ୍ଗ ସ୍ଥାନ ପାଇପାରେ ।

ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ସାମ୍ନାକୁ ଆସିଛି ଏକ ବଡ ଖବର । ୪୯୮ ଋଷ ସେନା ନିହତ ହୋଇଥିବା ସ୍ୱୀକାର କରିଛି ଋଷ । ୟୁକ୍ରେନ୍ ସହ ଯୁଦ୍ଧ ଭିତରେ ପ୍ରଥମ ଥର ପାଇଁ ସତ ମାନଛି  ଋଷ । ୪୯୮ ଜଣ ଯବାନ ମୃତ୍ୟୁ ବରଣ କରିଥିବା ବେଳେ ୧ହଜାର ୫୯୭ ଜଣ ସୈନିକ ଆହତ ହୋଇଥିବା ସୂଚନା ଦେଲା ଋଷ ।

ପୂର୍ବରୁ ୟୁକ୍ରେନ୍ ଋଷ ସୈନ୍ୟଙ୍କ ମୃତ୍ୟୁ ନେଇ ଅନେକ ଥର ଦାବି କରିଆସିଥିଲେ ବି ଋଷ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଉନଥିଲା । ଆଜି ପ୍ରଥମ ଥର ପାଇଁ ୪୯୮ ସୈନ୍ୟଙ୍କ ପ୍ରାଣ ଯାଇଥିବା କଥା ସ୍ପଷ୍ଟ କରିଛି ଋଷ । ଏହାରି ମଧ୍ୟରେ ଯୁଦ୍ଧ ଏକପ୍ରକାର ଭୟଙ୍କର ରୂପ ନେବାକୁ ଯାଉଛି । ଆଜି ୟୁକ୍ରେନ୍ ଉପରେ ଋଷ ଏକ ବଡ ଧରଣର ଆକ୍ରମଣ କରିପାରେ ବୋଲି ଆଶଂକା କରାଯାଉଛି । ଆଜି କିବ୍ ଦଖଲ ପାଇଁ ଫାଇନାଲ୍ ଫାଇଟ୍ ବୋଲି କୁହାଯାଉଛି । ସେପଟେ ୟୁକ୍ରେନକୁ କେହି ବି ହରାଇ ପାରିବେନି ବୋଲି କହିଛନ୍ତି ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ।