ମହାମାରୀ ମୁକାବିଲା ପାଇଁ ଭାରତକୁ ସହାୟତାର ହାତ ବଢାଇଲା ଆମେରିକା । ମୋଦିଙ୍କ ସହ କଥା ହେଲେ ବାଇଡେନ, କହିଲେ ଭାରତ ଆବଶ୍ୟକ କରୁଥିବା ସବୁ ସାମଗ୍ରୀ ଯୋଗାଇବୁ ।

Advertisment
ମହାମାରୀ ମୁକାବିଲା ପାଇଁ ଭାରତକୁ ସହାୟତାର ହାତ ବଢାଇଲା ଆମେରିକା । ମୋଦିଙ୍କ ସହ କଥା ହେଲେ ବାଇଡେନ, କହିଲେ ଭାରତ ଆବଶ୍ୟକ କରୁଥିବା ସବୁ ସାମଗ୍ରୀ ଯୋଗାଇବୁ ।

କନକ ବ୍ୟୁରୋ : କୋଭିଡ୍‌-୧୯ ବିପକ୍ଷ ସଂଗ୍ରାମରେ ଭାରତର ଆବଶ୍ୟକ କରୁଥିବା ସାମଗ୍ରୀ ସବୁ ଯୁକ୍ତରାଷ୍ଟ୍ର ଆମେରିକା ବିପୁଳ ପରିମାଣରେ ପଠାଇବ ବୋଲି ମଙ୍ଗଳବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ଗତବର୍ଷ ତାଙ୍କ ଦେଶ ସହାୟତା ଆବଶ୍ୟକ କରୁଥିବା ବେଳେ ନୂଆଦିଲ୍ଲୀ ସହାୟତା ଯୋଗାଇ ଦେଇଥିବା କଥା ସେ ପୁଣି ଥରେ କହିଛନ୍ତି। ସୋମବାର ଦିନ ଜୋ ବାଇଡେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍‌ ଯୋଗେ ବହୁ ସମୟ କଥାବାର୍ତ୍ତା କରିବା ସହ ଭୂତାଣୁବାହିତ ଏହି ରୋଗ ବିପକ୍ଷରେ ଲଢ଼ିବା ପାଇଁ ଭାରତକୁ ସହାୟତା କରିବେ ବୋଲି ଜଣାଇଥିଲେ।

ମଙ୍ଗଳବାର ଦିନ ହ୍ଵାଇଟ୍‌ ହାଉସ୍‌ ସାମ୍ବାଦିକ ସମ୍ମିଳନୀରେ ଜୋ ବାଇଡେନ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି, ଏହି ରୋଗର ମୁକାବିଲା ପାଇଁ ସମର୍ଥ ରେମଡେସିଭିୟର୍‌ ଏବଂ ଅନ୍ୟାନ୍ୟ ଔଷଧ ସମେତ ଭାରତ ଆବଶ୍ୟକ କରୁଥିବା ସମସ୍ତ ସହାୟତା ଅବିଳମ୍ବେ ବିପୁଳ ପରିମାଣରେ ପଠାଇବୁ। ସେ ଆହୁରି ମଧ୍ୟ କହିଛନ୍ତି, ଟିକା ପ୍ରସ୍ତୁତି କରିବା ଲାଗି ଆବଶ୍ୟକ କଳକାରଖାନା ବସାଇବା ସକାଶେ ଲୋଡ଼ା ପ୍ରକୃତ ଯନ୍ତ୍ରପାତି ଆମେ ପଠାଇବୁ। ସେ ସବୁର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଭାରତକୁ କେବେ ପ୍ରକୃତ ଟିକା ପଠାଇବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥ ହେବ, ସେ କଥା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କରିଥିବା କଥା ରାଷ୍ଟ୍ରପତି ବାଇଡେନ୍‌ କହିଛନ୍ତି। ଏବେ ଅସଲ ସମସ୍ୟା ହେଲା, ଆମେ ‘ନୋଭାକ୍ସ୍‍’ ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ଟିକା ପ୍ରସ୍ତୁତ କରି ସାରିଛୁ ବୋଲି ନିଜେ ସୁନିଶ୍ଚିତ ହେବୁ। ତେବେ ଯାଇ ନିହାତି ଟିକା ଆବଶ୍ୟକ କରୁଥିବା ଅନ୍ୟ ଦେଶମାନଙ୍କୁ ଏହି ଟିକା ଓ ତା’ର ପ୍ରସ୍ତୁତି ପଦ୍ଧତି ଜଣାଇବୁ ବୋଲି ବାଇଡେନ୍‌ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe