କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚୀନକୁ ସିଧାସଳଖ ଚେତାବନୀ ଦେଇଛନ୍ତି । ଏବଂ କହିଛନ୍ତି ଚ୍ୟାଲେଂଜର ସମ୍ମୁଖିନ ହେବା ପାଇଁ ପ୍ରସ୍ତୁତ ଅଛି ଆମେରିକା । ଦେଶ ସମ୍ମୁଖରେ ଚୀନ ରଖୁଥିବା ସମସ୍ତ ଆହ୍ୱାନର ମୁକାବିଲା କରିବ ସୁପରପାୱାର ଆମେରିକା । କିନ୍ତୁ ଦେଶର ବିକାଶ ପାଇଁ ବେଜିଂ ସହିତ ମିଳିତ ଭାବରେ କାମ କରିପାରେ ମଧ୍ୟ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ବାଇଡେନ ।
ଚୀନ୍କୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହାସହ ଚୀନକୁ ସିଧାସଳଖ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । କହିଛନ୍ତି ଚ୍ୟାଲେଂଜର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ଅଛି ଆମେରିକା । ଦେଶ ସମ୍ମୁଖରେ ଚୀନ ରଖୁଥିବା ସମସ୍ତ ଆହ୍ୱାନର ମୁକାବିଲା କରିବା ଲାଗି ପ୍ରସ୍ତୁତ ସୁପରପାୱାର ଆମେରିକା । କିନ୍ତୁ ଦେଶର ବିକାଶ ପାଇଁ ବେଜିଂ ସହିତ ମିଳିତ ଭାବରେ କାମ କରିପାରେ ମଧ୍ୟ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ବାଇଡେନ ।
ଆମେ ଚୀନ୍ ଦ୍ୱାରା କରାଯାଉଥିବା ଆର୍ଥିକ ଶୋଷଣର ମୁକାବିଲା କରିବୁ । ମାନବାଧିକାର, ବୌଧିକ ଅଧିକାର, ବିଶ୍ୱ ଶାସନ ଉପରେ ଚୀନ୍ର ଆକ୍ରମଣକୁ କମ କରିବା ପାଇଁ ଦଣ୍ଡବିଧାନ କରାଯିବ । ତେବେ ଆମେରିକାର ହିତ ପାଇଁ ଆମେ ବେଜିଂ ସହ କାମ କରିବାକୁ ପ୍ରସ୍ତୁତ ।
ସେହିପରି ବିଶ୍ୱର ଅନ୍ୟ ରାଷ୍ଟ୍ର ଗୁଡିକ ପ୍ରତି କଣ ରହିବ ଆମେରିକାର ଆଭିମୁଖ୍ୟ ସେ ନେଇ ମଧ୍ୟ ମୁହଁ ଖୋଲିଛନ୍ତି ରାଷ୍ଟ୍ରପତି । ସହଯୋଗୀ ତଥା ଅଂଶୀଦାରଙ୍କ ସହ କାର୍ଯ୍ୟ କରି ଅର୍ନ୍ତରାଷ୍ଟ୍ରୀୟ ମଂଚରେ ଆମେରିକା ଭୂମିକାକୁ ପୁନଃସ୍ଥାପତି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ରାଷ୍ଟ୍ରପତି ବାଇଡେନ ।
ଆମେ ଆମର ସହଯୋଗୀ ତଥା ଅଂଶୀଦାରଙ୍କ ସହ କାର୍ଯ୍ୟ କରିବୁ ଏବଂ ଅର୍ନ୍ତରାଷ୍ଟ୍ରୀୟ ମଂଚରେ ଆମ ଭୂମିକାକୁ ପୁନଃସ୍ଥାପତି କରିବା ସହ ଆମର ବିଶ୍ୱସନୀୟତା ଓ ନୈତିକ ଅଧିକାରକୁ ପୁନଃ ପ୍ରାପ୍ତି କରି ଦେଶ ଭିତରେ ସ୍ଥିତିକୁ ଦୃଢ କରିବା ପାଇର୍ କାର୍ଯ୍ୟ କରିବୁ ।
ବିଦେଶ ମନ୍ତ୍ରାଳୟ କାର୍ଯ୍ୟାଳୟରେ ସାମ୍ବାଦିକଙ୍କୁ ଏହି ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏବଂ ଚୀନ୍ ସମେତ ଅନ୍ୟ ରାଷ୍ଟ୍ର ପ୍ରତି ଆମେରିକାର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଯେଉଁଠି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମୟରେ ଚୀନ୍ ସହ ସମ୍ପର୍କ ବିବାଦ ଭିତରେ ରହିଥିଲେ ଏବେ ଦେଶର ହିତ ପାଇଁ ବେଜିଂ ସହ କାମ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ରାଷ୍ଟ୍ରପତି ବାଇଡେନ ।