କନକ ବ୍ୟୁରୋ : ଏବେ ମହାକାଶଚାରୀଙ୍କ ପାଇଁ ମହାକାଶରେ ବଞ୍ଚିବା ଆହୁରି ସହଜ ହୋଇଯିବ । ଆମେରିକା ସ୍ପେସ୍ ଏଜେନ୍ସି ନାସା ବଡ ସଫଳତା ହାସଲ କରିଛି । ନାସାର ଇଣ୍ଟର ନ୍ୟାସନାଲ୍ ସ୍ପେସ୍ ସେଣ୍ଟରରେ ରହୁଥିବା ମହାକାଶଚାରୀଙ୍କ ୯୮ ପ୍ରତିଶତ ମୂତ୍ର ଓ ଝାଳକୁ ନେଇ ପାଣିରେ ପରିଣତ କରିବାରେ ବଡ ସଫଳତା ହାସଲ କରିଛନ୍ତି । ମହାକାଶରେ ରହୁଥିବା ମହାକାଶଚାରୀ ପ୍ରତିଦିନ ଖାଇବା ପିଇବା ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ଯେତିକି ପାଣି ବ୍ୟବହାର କରୁଛନ୍ତି ତାକୁ ପୂରା କରିବା ପାଇଁ ନାସା ଏହିଭଳି ଏକ ପ୍ରୟାସ କରିଛି । ଆଉ ଯେଉଁଥିରେ ନାସାକୁ ସଫଳତା ମିଳିଛି । ମହାକାଶଚାରୀମାନେ ମୂତ୍ର ଏବଂ ଝାଳରୁ ପାଣି ବନାଇବା ପାଇଁ ଏପରି ଏକ ପ୍ରଣାଳିର ବ୍ୟବହାର କରାଯାଇଛି ଯାହା ଏନଭାରମେଣ୍ଟ୍ କଣ୍ଟ୍ରୋଲ ଆଣ୍ଡ୍ ଲାଇଫ୍ ସପୋର୍ଟ ସିଷ୍ଟମ୍ ବା (ଇସିଏଲଏସଏସ୍)ର ଅଂଶ ଅଟେ ।

Advertisment

ଇସିଏଲଏସଏସ୍ ଯେଉଁ ହାର୍ଡୱେର ସହ ମିଶି ଏହାକୁ ଝାଳରୁ ପିଇବା ପାଣି ପ୍ରସ୍ତୁତ କରୁଛି ସେଥିରେ ୱାଟର ରିକୋଭରୀ ସିଷ୍ଟମ୍ ସାମିଲ ରହିଛି । ଯାହାକି, ନଷ୍ଟ ହୋଇଯାଉଥିବା ପାଣିକୁ ଏକତ୍ରିତ କରିଥାଏ ଏବଂ ଏହାକୁ ୱାଟର ପ୍ରୋସେସରକୁ ପଠାଇଦେଇଥାଏ । ଏହାପରେ ଅବ୍ୟବହୃତ ପାଣି ବ୍ୟବହାର ଉପଯୋଗୀ ହୋଇଥାଏ ।

ତେବେ ପିଇବା ପାଣି ପ୍ରସ୍ତୁତ କରିବା ପାଇଁ ୧୦୦ ପାଉଣ୍ଡ ପାଣିକୁ ଜମା କରିବାକୁ ପଡିଥାଏ । ସେଥିରୁ ୨ପ୍ରତିଶତ ପାଣି ନଷ୍ଟ ହୋଇଯାଇଥାଏ । ଆଉ ୯୮ ପ୍ରତିଶତ ପାଣିକୁ ବ୍ୟବହାର କରିବାକୁ ପଡିଥାଏ । ଏହିଭଳି ଭାବେ ପ୍ରକ୍ରିୟା ଜାରି ରହିଥାଏ ।