ଇରାନକୁ ବରବାଦ କରିଦେବ ଟ୍ରମ୍ପଙ୍କ ବ୍ରହ୍ମାସ୍ତ୍ର ! ବିଶ୍ୱ ଦେଖିନଥିବା ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ତିଆରି କରୁଛି ଆମେରିକା । ଆକାଶ ମାର୍ଗରୁ ଆସିବ, ସବୁ ସଫା କରିଦେବ ?

2,179

କନକ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ବଢୁଛି ଉତ୍ତେଜନା । ଦିନକୁ ଦିନ ପରିସ୍ଥିତି ଏମିତି ହେଉଛି କି ଯୁଦ୍ଧର ଆଶଙ୍କା ଧିରେଧିରେ ବଢି ବଢି ଯାଉଛି । ଇରାକରେ ଥିବା ଆମେରିକାର ଦୂତାବାସ ଉପରେ ଇରାନ ରକେଟ ମାଡ କରିବା ପରେ ରଣହୁଙ୍କାର ଦେଇଛି ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୋଲା ଚେତାବନୀ ଦେଇ କହିଛନ୍ତି, ଆମେରିକୀୟ ସେନା ଇରାନର ୫୨ଟି ସ୍ଥାନକୁ ଚିହ୍ନଟ କରିଛି । ଆଉ ଯଦି ଇରାନ ଆମେରିକାର କୌଣସି ସମ୍ପତ୍ତି ବା ନାଗରିକ ଉପରେ ଆକ୍ରମଣ କରେ ତେବେ ଏହି ସବୁ ଠିକଣା ଉପରେ ଜୋରଦାର ଓ ବିଧ୍ୱଂସକ ଆକ୍ରମଣ କରିବ ।

ଆମେରିକା ଆଉ କାହାର ଧମକକୁ ବରଦାସ୍ତ କରିବନି । ଟ୍ରମ୍ପ ନିଜ କଥାକୁ ଅଧିକ ପ୍ରଭାବଶାଳୀ ଭାବେ ଦର୍ଶାଇବା ପାଇଁ ନିଜ ଟୁଇଟରେ କ୍ୟାପିଟାଲ ଅକ୍ଷରର ବ୍ୟବହାର କରିଛନ୍ତି । ସେ ଲେଖିଛନ୍ତି ଇରାନ ଉପରେ ଖୁବଶୀଘ୍ର ଓ ଜୋରଦାର ଆକ୍ରମଣ କରାଯିବ । ଟ୍ରମ୍ପ କହିଛନ୍ତି କି ଆମେରିକା ନାଗରିକଙ୍କର ଯଦି କିଛି ବି କ୍ଷତି ହେଲା ତେବେ ବିଶ୍ୱବାସୀ ଦେଖିନଥିବା ଏମିତି ଏକ ଅସ୍ତ୍ର ପ୍ରୟୋଗ ହେବ ଯାହା ଇରାନକୁ ବରବାଦ କରିଦେବ । ଯୁଦ୍ଧ ହେଲେ ଏମିତି ଏକ ବ୍ରହ୍ମାସ୍ତ୍ର ପ୍ରୟୋଗ କରାଯିବ । ତେବେ ଆମେରିକାର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ତିଆରି ଚାଲିଥିବା ଟ୍ରମ୍ପ କହିଛନ୍ତି

ଇରାନର ସେନା କମାଣ୍ଡର୍ ମେଜର୍ ଜେନେରାଲ୍ କାଶିମ୍ ସୁଲେମାନୀଙ୍କୁ ଦୁଇ ଦିନ ତଳେ ଡ୍ରୋନ୍ ଆକ୍ରମଣରେ ହତ୍ୟା କରାଯିବା ପରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇରାନ୍ ମଧ୍ୟରେ ବିବାଦ ତେଜିଛି। ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଖାମେନି ମଧ୍ୟ ଘୋଷଣା କରିଥିଲେ।

ଆୟୋତୋଲ୍ଲାଙ୍କ ଧମକର ପ୍ରତ୍ୟୁତ୍ତରରେ ଟ୍ରମ୍ପ୍ ଉପରୋକ୍ତ କଥା କହିଛନ୍ତି। ସେ ଗୁରୁତ୍ୱାରୋପ କରି କହିଛନ୍ତି ନିକଟରେ ଯୁକ୍ତରାଷ୍ଟ୍ର ଆମେରିକା ସାମରିକ ଉପକରଣ ବାବଦରେ ୨ ଟ୍ରିଲିୟନ୍ ଆମେରିକୀୟ ଡଲାର୍ ବ୍ୟୟ କରିଛି। ଏବଂ ଆମେରିକୀୟ ସେନାବାହିନୀ ଧ୍ୱଂସ କରିବାକୁ ଯଥେଷ୍ଟ ।