ବିପଦରେ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା! ଆମେରିକାରେ ହୋଇପାରେ ‘ସଟଡାଉନ୍’!

3,825

କନକ ବ୍ୟୁରୋ: ବିଶ୍ୱର ଏକ ନମ୍ବର ଅର୍ଥନୀତି ଭାବେ ଜଣା ଯାଉଥିବା ଆମେରିକାରେ ଦେଖାଦେଇପାରେ ଆର୍ଥିକ ସଙ୍କଟ । ଆମେରିକାରେ ସରକାରୀ ଖର୍ଚ୍ଚ ପାଇଁ ପାଣ୍ଠି ସେପ୍ଟେମ୍ବର ୩୦ ସୁଦ୍ଧା ଖାଲି ହୋଇଯିବ । ସରକାରୀ ଖର୍ଚ୍ଚ ପାଇଁ ଅର୍ଥ ମଂଜୁରୀ ବିରୋଧୀ ଦଳଙ୍କ ସହମତିରେ ହିଁ ସମ୍ଭବ । ଆଉ ସେପ୍ଟେମ୍ବର ୩୦ ସୁଦ୍ଧା ବିରୋଧୀ ଦଳର ସହମତି ନମିଳିଲେ ଅକ୍ଟୋବର ୧ରେ ସଡ୍ଡାଉନ୍ ହେବ ଆମେରିକା ।

ଆମେରିକା ଆକାଶରେ ଘନଉଛି ଆର୍ଥିକ ମାନ୍ଦାବସ୍ଥାର କଳା ବାଦଲ । ବିଶ୍ୱର ୧ ନମ୍ବର ଅର୍ଥନୀତି ଖୁବ୍ ଶୀଘ୍ର ଠପ୍ ହେବାର ଆଶଙ୍କା ସୃଷ୍ଟି ହୋଇଛି । ସରକାରୀ ପାଣ୍ଠି ଆର୍ଥିକ ବର୍ଷ ସେପ୍ଟେମ୍ବର ୩୦, ୨୦୨୩ରେ ଶେଷ ହେବାକୁ ଯାଉଛି । ଏହା ପୂର୍ବରୁ ବାଇଡେନ୍ ସରକାରଙ୍କୁ ବିରୋଧୀଙ୍କ ସହମତିରେ ଆଗାମୀ ଫଣ୍ଡିଂ ପ୍ଲାନ୍କୁ ପାରିତ କରାଇବାକୁ ପଡିବ । ଆଉ ଯଦି ସରକାରୀ ଫଣ୍ଡିଂ ପ୍ଲାନ୍ ସେପ୍ଟେମ୍ବର ୩୦ ସୁଦ୍ଧା ପାରିତ ନହୁଏ ତାହାଲେ ଆମେରିକାରେ ଅକ୍ଟୋବର ୧ ତାରିଖରୁ ସଡ୍ନାଉନ୍ ହୋଇପାରେ । ସଟ୍ଡାଉନ୍ର ଅର୍ଥ ଆମେରିକାର ସମସ୍ତ ସରକାରୀ କାମ ସମ୍ପୂର୍ଣ୍ଣ ଠପ୍ ହୋଇଯିବ ।

ସରକାରୀ ଖର୍ଚ୍ଚ ପାଇଁ ସଂସଦର ଅନୁମତି ନ ମିଳିଲେ ଠପ୍ ହୋଇଯିବ ଆମେରିକା । ଆମେରିକାର କୌଣସି ସରାକାରୀ କାମ ଆଉ ହୋଇପାରିବ ନାହିଁ । ବଡ କଥା ହେଲା ସେପ୍ଟେମ୍ବର ୩୦ ଅର୍ଥାତ୍ ଶନିବାର ସୁଦ୍ଧା ବାଇଡେନ୍ ସରକାରଙ୍କୁ ସଂସଦର ମଂଜୁରୀର ଆବଶ୍ୟକତା ରହିଛି ।

ଆମେରିକା ସରକାର ଚାଲିବା ପାଇଁ, ସରକାରୀ କାମ ପାଇଁ ଆଉ ବିଭିନ୍ନ ଯୋଜନା ପାଇଁ ପ୍ରେତ୍ୟକ ଦିନ ଆବଶ୍ୟକ ହେଉଥିବା ଖର୍ଚ୍ଚ ଲୋନ୍ ଜରିଆରେ ନିଆଯାଇଥାଏ । ଆଉ ଏହି ଲୋନ୍ ନେବା ପାଇଁ ଉଭୟ ସରକାରୀ ଦଳ ଓ ବିରୋଧୀ ରିପବ୍ଲିକାନ୍ ପାର୍ଟିର ମଂଜୁରୀ ଆବଶ୍ୟକ । ପ୍ରତ୍ୟେକ ଥର ଫଣ୍ଡିଂ ଶେଷ ହେବା ପୂର୍ବରୁ ବିରୋଧୀଙ୍କ ସହମତି ମିଳିଯାଇଥାଏ । ମାତ୍ର ଚଳିତବର୍ଷ ଫଣ୍ଡିଂ ପ୍ଲାନ୍ ପାଇଁ ବିରୋଧୀ ରିପବ୍ଲିକାନର ସହମତି ମିଳିପାରି ନାହିଁ । କାରଣ ସରକାରୀ ଖର୍ଚ୍ଚ ଓ ବିଭିନ୍ନ ଯୋଜନା ଉପରେ ଏଥର ପ୍ରଶ୍ନ ଉଠାଇଛି ଆମେରିକାର ବିରୋଧୀ ପାର୍ଟି । ଦିନକୁ ଦିନ ଆମେରିକା ଉପରେ ରୁଣ ଭାର ବଢି ଚାଲିଥିବା ଅଭିଯୋଗ କରି ଏହି ଫଣ୍ଡି ପ୍ଲାନରେ ସହମତି ପ୍ରକାଶ କରୁନି ବିରୋଧୀ ରିପବ୍ଲିକାନ୍ ପାର୍ଟି ।

ଯଦି ଗୋଟିଏ ଦିନ ଭିତରେ ଉଭୟ ଡେମୋକ୍ରାଟିକ୍ ଓ ରିପବ୍ଲିକାନ୍ ପାର୍ଟି ଭିତରେ ସରକାରୀ ପାଣ୍ଠି ନେଇ ସହମତି ନହୁଏ ତାହାଲେ ଅକ୍ଟୋବର ୧ ତାରିଖରୁ ଆମେରିକାର ସମସ୍ତ ସରକାରୀ କାମ ବନ୍ଦ ହୋଇଯିବ । ଏହାର ଅର୍ଥ ଆମେରିକାରେ ସଟଡାଉନ୍ ।

ଆମେରିକା ସଟ୍ଡାଉନ୍ର କ’ଣ ପଡ଼ିବ ପ୍ରଭାବ?
– ଆମେରିକାର ୩୩ ଲକ୍ଷ କର୍ମଚାରୀଙ୍କ ଦରମା ମିଳି ନପାରେ
– ଏଥିରେ ୧୩ ଲକ୍ଷ ମିଲିଟାରୀ କର୍ମଚାରୀ ରହିଛନ୍ତି
– ଆମେରିକାରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇପାରେ
– ସରକାରୀ ବ୍ୟାଙ୍କ ସଙ୍କଟ ଦେଖାଦେଇପାରେ
– ହେଲେ ଅତ୍ୟାବଶ୍ୟକୀୟ ସେବା ଜାରି ରହିପାରେ

ଏବେ ଆମେରିକା ୩୩ ଟ୍ରିଲିଅନ୍ ଡଲାର କରଜ ଦଳେ ଦବି ରହିଛି । ସରକାରୀ ଖର୍ଚ୍ଚରେ ଅଧିକ ଟଙ୍କ ବୟ ହେଉଥିବା ଅଭିଯୋଗ କରିଛି ବିରୋଧୀ ।