ଯୁଦ୍ଧର ଦ୍ୱାରଦେଶରେ ଆମେରିକା-ଇରାନ୍ ? ମଧ୍ୟପ୍ରାଚ୍ୟରେ ଉତ୍ତେଜନା, ସାରା ବିଶ୍ୱରେ ହଲଚଲ୍ ।

788

କନକ ବ୍ୟୁରୋ : ଆମେରିକା-ଇରାନ ମଧ୍ୟରେ ଘନଉଛି ଯୁଦ୍ଧ ପରିସ୍ଥିତି । ଇରାନ ଉପରେ ଆମେରିକାର ଲଗାତର ଏୟାରଷ୍ଟାଇକ ପରେ ପ୍ରତିଶୋଧ ପରାୟଣ ହୋଇ ଇରାନ, ଇରାକରେ ଥିବା ଆମେରିକାର ଦୁଇଟି ଠିକଣା ଉପରେ ରକେଟ୍ ମାଡ଼ କରିଛି । ଆଉ ଏହା ପରେ ମୁହାଁମୁହିଁ ସ୍ଥିତିକୁ ଆସିଯାଇଛନ୍ତି ଉଭୟ ଇରାନ ଓ ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିଧାସଳଖ ଇରାନକୁ ଚେତାଇ ଦେଇଛନ୍ତି । ଟ୍ୱିଟ୍ କରି ଟ୍ରମ୍ପ ଲେଖିଛନ୍ତି, ଆମେରିକୀୟ ସେନା ଇରାନର ୫୨ଟି ସ୍ଥାନକୁ ଚିହ୍ନଟ କରିଛି । ଯଦି ଇରାନ, ଆମେରିକାର ନାଗରିକ ଉପରେ ଆକ୍ରମଣ କରେ ତେବେ ଏହି ସବୁ ଠିକଣା ଉପରେ ଜୋରଦାର ଆକ୍ରମଣ କରିବ ଆମେରିକା ।

ଇରାନର ଆଭାଜ୍ ସହରର ଜନସମୁଦ୍ର ହିଁ ବୟାନ କରୁଥିଲା କମାଣ୍ଡର କାସୀମ ସୁଲେମାନୀଙ୍କ ହତ୍ୟା ଇରାନବାସୀଙ୍କୁ କେଉଁ ଭଳି ଭାବେ ଉତକ୍ଷିପ୍ତ କରିଦେଇଛି । ଆଉ ସେହି ଜନସମୁଦ୍ରରେ ସ୍ପଷ୍ଟ ବାରି ହେଉଥିଲା ଜନଆକ୍ରୋଶ । ରବିବାର ସକାଳେ ଯେତେବେଳେ ସୁଲେମାନୀଙ୍କ ଅନ୍ତିମ ଶୋଭାଯାତ୍ରା ବାହାରିଥିଲା ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ସାମିଲ ହୋଇଥିଲେ । ଆଉ ଏହା ପୂର୍ବରୁ ସାମ୍ନାକୁ ଆସିଥିଲା ଏଭଳି ଏକ ଚିତ୍ର ଯାହା ପ୍ରମାଣିତ କରୁଥିଲା ସ୍ଥିତି ଏବେ ସାଂଘାତିକ୍ ରୂପ ନେଇଛି । ମସଜିଦ୍ ଉପରେ ନାଲି ପତକା ଉଡାଇ ଇରାନବାସୀ ସାରା ବିଶ୍ୱକୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

ଯୁଦ୍ଧର ଦ୍ୱାରଦେଶରେ ଆମେରିକା-ଇରାନ୍ ? ମଧ୍ୟପ୍ରାଚ୍ୟରେ ଉତ୍ତେଜନା, ସାରା ବିଶ୍ୱରେ ହଲଚଲ୍ । ଆମେରିକାର ଆକ୍ରମଣରେ ଇରାନୀ କମାଣ୍ଡର କାସୀମ ସୁଲେମାନୀଙ୍କ ମୃତ୍ୟୁ ଘଟଣା ମଧ୍ୟପ୍ରାଚ୍ୟ ଆକାଶରେ ଏକ ଯୁଦ୍ଧର ବାଦଲ ଢ଼ାଙ୍କି ଦେଇଛି । ଇରାନ ପ୍ରତିଶୋଧ ପରାୟଣ ହୋଇ ଆମେରିକାର ଦୁଇଟି ଠିକଣା ଉପରେ ରକେଟ୍ ମାଡ଼ କରିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିଧାସଳଖ ଇରାନକୁ ଚେତାଇ ଦେଇଛନ୍ତି । କ୍ରମାଗତ ଟ୍ୱିଟ୍ କରି ଟ୍ର୍ରମ୍ପ ଲେଖିଛନ୍ତି, ଆମେରିକୀୟ ସେନା ଇରାନର ୫୨ଟି ସ୍ଥାନକୁ ଚିହ୍ନଟ କରିଛି । ଆଉ ଯଦି ଇରାନ ଆମେରିକାର କୌଣସି ସମ୍ପତ୍ତି ବା ନାଗରିକଙ୍କ ଉପରେ ଆକ୍ରମଣ କରେ ତେବେ ଏହି ସବୁ ଠିକଣା ଉପରେ ଜୋରଦାର ଓ ବିଧ୍ୱଂସକ ଆକ୍ରମଣ କରିବ । ଆମେରିକା ଆଉ କାହାର ଧମକକୁ ବରଦାସ୍ତ କରିବନାହିଁ ।

ଟ୍ରମ୍ପ ନିଜ କଥାକୁ ଅଧିକ ପ୍ରଭାବଶାଳୀ ଭାବେ ଦର୍ଶାଇବା ପାଇଁ ନିଜ ଟୁଇଟରେ କ୍ୟାପିଟାଲ ଅକ୍ଷରର ବ୍ୟବହାର କରିଛନ୍ତି । ଯେଉଁଥିରେ ଟ୍ରମ୍ପ ଲେଖିଛନ୍ତି, ଇରାନ ଉପରେ ଖୁବଶୀଘ୍ର ଓ ଜୋରଦାର ଆକ୍ରମଣ କରାଯିବ । ଇରାକ ସ୍ଥିତ ଆମେରିକୀ ଦୂତାବାସ ଓ ବଲାଦ ସୈନ୍ୟ କ୍ୟାମ୍ପ ଉପରେ ଇରାନ ରକେଟ ମାଡ କରିବା ପରେ ଟ୍ରମ୍ପ ଏହି ବୟାନ ଦେଇଛନ୍ତି ।

ସେହିପରି ଆଉ ଏକ ଟ୍ୱିଟରେ ଟ୍ରମ୍ପ ଲେଖିଛନ୍ତି, ସେମାନେ ଆକ୍ରମଣ କରିଥିଲେ ଏବଂ ଆମେ ଏହାର ଜବାବ୍ ଦେଇଛୁ । ଯଦି ସେମାନେ ପୁଣି ଆକ୍ରମଣ କରିବାକୁ ଚାହୁଁଛନ୍ତି, ମୋର ପରାମର୍ଶ ରହିବ ସେଭଳି କରନ୍ତୁ ନାହିଁ । କାରଣ ଆମେ ଏଭଳି ଆକ୍ରମଣ କରିବୁ, ଯେମିତି କେବେ ବି ସେମାନେ ସାମ୍ନା କରିନଥିବେ ।

ଆଉ ଏସବୁ ଭିତରେ ଆମେରିକା ଓ ଇରାନକୁ ଶାନ୍ତି ବଜାୟ ରଖିବା ପାଇଁ ସାରା ବିଶ୍ୱରୁ ଦୁଇ ଦେଶକୁ ନିବେଦନ କରାଯାଇଛି ।

– ଶକ୍ତିର ପ୍ରୟୋଗ ନକରି ଶାନ୍ତି ରଖିବାକୁ ଦୁଇ ଦେଶକୁ ଅନୁରୋଧ କରିଛି ୟୁରୋପୀୟ ସଂଘ
– ସୈନ୍ୟବଳର ଭୁଲ ଉପଯୋଗ ଉପରେ ନିୟନ୍ତ୍ରଣ ରଖିବାକୁ ଅନୁରୋଧ କରିଛନ୍ତି ଚୀନ ବିଦେଶମନ୍ତ୍ରୀ
– କତାର ଏବଂ ଲିବେନାନ୍ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ବକ୍ତବ୍ୟ ଜାରି କରାଯାଇ, ସଞ୍ଜମତା ରକ୍ଷା କରିବାକୁ କୁହାଯାଇଛି ।