ଆମେରିକା ରାଷ୍ଟ୍ରପତୀ ଡୋନାଲ୍ଡ ଟ୍ରମ୍ପ ଦୁନିଆର ସବୁଠାରୁ ବଡ ଟେଲିକମ୍ ଉପକରଣ ନିର୍ମାତା କମ୍ପାନୀ Huawei ଉପରେ ପ୍ରତିବନ୍ଧ ଲଗାଇଛନ୍ତି । ଟ୍ରମ୍ପ ଆମେରିକାର ସମସ୍ତ କମ୍ପାନୀକୁ ବିଦେଶରେ ପ୍ରସ୍ତୁତ ହୋଇଥିବା କୌଣସି ଦୂରସଞ୍ଚାର ଉପକରଣର ବ୍ୟବହାର କରିବା ପାଇଁ ବାରଣ କରିଛନ୍ତି । ଯାହା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିପାରେ । ଚୀନ୍ କମ୍ପାନୀ Huawei ଆମେରିକାର ଏହି ପଦକ୍ଷେପକୁ ଅନୁଚିତ ଏବଂ ଅଧିକାର ଉଲ୍ଲଘଂନ ବୋଲି କହିଛି । ତେବେ ଦୂରସଞ୍ଚାର ସହ ଜଡିତ ଥିବା ଅଧିକାରୀ ପୂର୍ବରୁ ହିଁ Huawei କୁ ସୁରକ୍ଷା ଦୃଷ୍ଟିରୁ ବିପଦପୂର୍ଣ୍ଣ ବୋଲି କହିଥିଲେ । ଆମେରିକା ନିଜ ସହଯୋଗୀ ଦେଶମାନଙ୍କୁ ମଧ୍ୟ ସତର୍କ କରିଛି ଯେ ସେମାନେ Huawei ର ୫ ଜି ଦୂରସଞ୍ଚାର ଟେକନିକ୍ ର ଉପଯୋଗ କରନ୍ତୁନାହିଁ ।
ତେବେ ରାଷ୍ଟ୍ରପତୀଙ୍କ ହସ୍ତାକ୍ଷର ପରେ ଆଗାମୀ ଦିନରେ ଏହି ଉପକରଣ ଉପରେ ଆଦେଶ ଜାରୀ କରାଯିବ । ଏହି ଆଦେଶ ମୁତାବକ Huawei କୁ ଆମେରିକା ଟେକ୍ନୋଲଜି କିଣିବା ପାଇଁ ଆମେରିକା ସରକାର ଲାଇସେନ୍ସ ନେବା ଅନିବାର୍ଯ୍ୟ କରାଯିବ । ସୂଚନାନୁସାରେ , ରାଷ୍ଟ୍ରପତୀ ଟ୍ରମ୍ପ ୩୦୦ ମିଲିୟନ୍ ଡଲାର ପ୍ରଡକ୍ଟ ଉପରେ ଟ୍ୟାକ୍ସ ବଢାଇବାକୁ ମଧ୍ୟ ଯାଉଛନ୍ତି । ନ୍ୟୁୟର୍କ ଟାଇମ୍ସ ମୁତାବକ , ଆମେରିକା ୪୦୦ ଚୀନ୍ ପ୍ରଡକ୍ଟର ଲିଷ୍ଟ ପ୍ରସ୍ତୁତ କରିଛି । ଯେଉଁଥିରେ ଟ୍ୟାକ୍ସ ବଢି ୨୫ ପ୍ରତିଶତ କରିବାକୁ ପ୍ରସ୍ତୁତ ରଖିଛନ୍ତି ଆମେରିକା ସରକାର । ଆପଣଙ୍କୁ କହିରଖୁଛୁ ନିତିଦିନିଆ ଜୀବନରେ ଏହି ପ୍ରଡକ୍ଟର ବ୍ୟବହାର କରାଯାଏ ।