କନକ ବ୍ୟୁରୋ : ଆମେରିକାର ଆଲାସ୍କା ଉପଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ସ୍ଥାନୀୟ ସମୟ ମୁତାବରେ ବୁଧବାର ଡେରି ରାତିରେ ୮.୨ ତୀବ୍ରତା ସମ୍ପର୍ଣ୍ଣ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିବା କୁହାଯାଇଛି । ଆମେରିକା ଜିଓଲୋଜିକଲ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସୂଚନା ମୁତାବକ ଭୂକମ୍ପର କେନ୍ଦ୍ରସ୍ଥଳ ୪୫ କିଲୋମିଟର ତଳେ ଥିଲା । ଅନ୍ୟପଟେ ଭୂକମ୍ପରେ କୌଣସି ଧନଜୀବନ ନଷ୍ଟ ହୋଇନଥିବା କୁହାଯାଇଛି । ଭୂକମ୍ପ ପରେ ସୁନାମୀ ନେଇ ଚେତାବନୀ ମଧ୍ୟ ଦିଆଯାଇଛି ।
ଆମେରିକାର ଜିଓଲୋଜିକଲ ସର୍ଭେ ମୁତାବକ ଆଲାସ୍କା ଉପକୂଳରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପର କେନ୍ଦ୍ର ସ୍ଥଳ ଆଲାସ୍କାର ପେରାଭିଲର ପୂର୍ବରେ ୫୬ ମାଇଲ ଦୂରରେ ଅବସ୍ଥିତ । ୨୯ ମାଇଲ ଗଭୀରତାର ଭୂକମ୍ପକୁ ଅଗଭୀର ବୋଲି ବିବେଚନା କରାଯାଏ ଓ ୦ ରୁ ୭୦ କିଲୋକମିଟର ଗଭୀରତା ମଧ୍ୟରେ ଅଗଭୀର ଭୂକମ୍ପ ହୋଇଥାଏ ।
Tsunami warning issued for Alaska after an 8.2 magnitude earthquake hit 91 km east-southeast of Perryville in Alaska: US National Tsunami Warning Center pic.twitter.com/riOBlJ2pQj
— ANI (@ANI) July 29, 2021
ଏହା ପୂର୍ବରୁ ମେ ୩୧ ତାରିଖ ରାତିରେ ଆଲାସ୍କାର ଟକିଟନା ପର୍ବତ ଅଞ୍ଚଳରେ ୬.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର କମ୍ପନ ତା ପରଦିନ ସକାଳ ପର୍ଯ୍ୟନ୍ତ ଜାରି ରହିଥିଲା । ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ହୋମରରୁ ଫେୟାରବ୍ୟାଙ୍କ ପର୍ଯ୍ୟନ୍ତ କମ୍ପନ ଅନୁଭୂତ ହୋଇଥିଲା । ଅନ୍ୟପଟେ ଗତକାଲି ରାତିରେ ଆଲାସ୍କାରେ ହୋଇଥିବା ଭୂମିକମ୍ପ ପରେ ସୋନାମୀ ଆସୁଥିବା ନେଇ ୟୁଏସ ଜିଓଲୋଜିକଲ ସର୍ଭେ ସତର୍କ ସୂଚନା ଜାରି କରିଛି ।