ଅବୈଧ ନାଗରିକ ମାମଲାରେ ଆମେରିକାର କଡା ଆଭିମୁଖ୍ୟ : ଏବେ ଆମେରିକା ଲଗାଇପାରେ ପାକିସ୍ତାନୀଙ୍କ ଭିଜା ଉପରେ ବ୍ୟାନ୍

186

ଅବୈଧ ନାଗରିକ ମାମଲାରେ କଡା ଆଭିମୁଖ୍ୟ ରଖୁଥିବା ଆମେରିକା ଏବେ ଏହି ଦିଗରେ ପାକିସ୍ତାନକୁ କଡା ଶିକ୍ଷା ଦେଇପାରେ । ଭିଜା ଅବଧି ଶେଷ ହେବା ପରେ ମଧ୍ୟ ଆମେରିକାରେ ରହୁଥିବା ନିଜ ନାଗରିକଙ୍କୁ ନେବାକୁ ପାକିସ୍ତାନ ମନା କରିଦେଇଛି । ଯାହାପରେ ପାକିସ୍ତାନର ଏହି କାମରେ ଆମେରିକା ତାକୁ ଚେତାବନୀ ଦେଇଛି । ଆମେରିକା କହିଛି କି, ପାକିସ୍ତାନୀଙ୍କ ଭିଜା ଉପରେ ରୋକ୍ ଲଗାଇପାରେ ଓ ଏହାର ଆରମ୍ଭ ସର୍ବପ୍ରଥମେ ଅଧିକାରୀଙ୍କ ଠାରୁ ହେବ ।

ଆମେରିକାର ଏଭଳି ଚେତାବନୀ ପାକିସ୍ତାନ ପାଇଁ ବଡ ଝଟକା କୁହାଯାଉଛି । କାହିଁକିନା ପାକିସ୍ତାନ ସେହି ଦେଶରେ ସାମିଲ ହୋଇଛି, ଯେଉଁଥିରେ ଆମେରିକାର ଅବୈଧ ନାଗରିକ ସମ୍ପର୍କୀୟ ଆଇନ ଲାଗୁ ହୁଏ । ଏହି ଆଇନ ଅନୁସାରେ, ଆମେରିକାରୁ ପ୍ରତ୍ୟର୍ପଣ କରାଯାଇଥିବା ଓ ଭିଜା ଅବଧି ଶେଷ ହେବା ପରେ ମଧ୍ୟ ନିଜ ନାଗରିକଙ୍କୁ ଯେଉଁ ଦେଶ ନେବାକୁ ମନା କରୁଛି, ତାଙ୍କ ନାଗରିକଙ୍କୁ ଆମେରିକୀୟ ଭିଜା ଦିଆଯିବ ନାହିଁ । ପାକିସ୍ତାନ ଆମେରିକାର ଏହି ଆଇନର ଅବହେଳା କରି ନିଜ ନାଗରିକଙ୍କୁ ନେବା ପାଇଁ ମନା କରିଦେଇଛି । ଯାହାପରେ ଆମେରିକା ଏହି ଚେତାବନୀ ଦେଇଛି ।