ନିରାଶ ଭିତରେ ଆଶାର ଆଲୋକ: କରୋନା ଟିକା ବାହାରିଥିବା ନେଇ ଆମେରିକାର ଦାବି; ଟ୍ରମ୍ପ କହିଲେ ବଜାରକୁ ଟିକା ଆସିବା ପୂର୍ବରୁ କେବଳ ନିରାପତା ପ୍ରମାଣକୁ ଅପେକ୍ଷା

6,615

କନକ ବ୍ୟୁରୋ: ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ଟପି ସାରିଛି । ଦୀର୍ଘ ୬ ମାସ ହେଲା ମହାମାରୀ କରୋନା ସହ ଲଢୁଛି ସାରା ବିଶ୍ୱ । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଏଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ସର୍ବାଧିକ ୧ ଲକ୍ଷ ୧୨ ହଜାରରୁ ଅଧିକ ଓ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଲକ୍ଷ ୮୮ ହଜାର ଟପି ସାରିଲାଣି । ହେଲେ ସାରା ବିଶ୍ୱକୁ ଆଶ୍ୱସ୍ତ କଲାଭଳି ଖବର ବି ସେହି ଆମେରିକାରୁ ଆସିଛି ।

କାରଣ ହ୍ୱାଇଟହାଉସରୁ ସାମ୍ବାଦିକ ସମ୍ମିଳନୀ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଆମେରିକାରେ ୨୦ ଲକ୍ଷ କରୋନା ଟିକା ପ୍ରସ୍ତୁତ ହୋଇସାରିଛି । ଏଗୁଡିକ ବଜାରକୁ ଆସିବା ପୂର୍ବରୁ କେବଳ ନିରାପତା ପ୍ରମାଣ ଅପେକ୍ଷାରେ ରହିଛି । କରୋନାର ମୁକାବିଲା ପାଇଁ କୌଣସି ସମ୍ଭାବ୍ୟ ଟିକା ବାହାର କରିବାକୁ ଟ୍ରମ୍ପ ପ୍ରଶାସନ ଔଷଧ କମ୍ପାନିଗୁଡିକୁ ଦାୟିତ୍ୱ ଦେଇଛି । ତେବେ ଏହା ଭିତରୁ ୪ଟି କମ୍ପାନି ଟିକା ବିକାଶ ଦିଗରେ ଯଥେଷ୍ଟ ଅଗ୍ରଗତି କରିଥିବା ଟ୍ରମ୍ପ ସୂଚନା ଦେଇଛନ୍ତି । ହେଲେ ଏମାନଙ୍କ ଭିତରୁ କିଏ ଟିକା ପ୍ରସ୍ତୁତ କରିସାରିଛି, ସେନେଇ କିଛି କହିନାହାନ୍ତି ଆମେରିକା ରାଷ୍ଟ୍ରପତି ।