ଯୁଦ୍ଧରେ ଇସ୍ରାଏଲକୁ ଆମେରିକାର ଅପିଲ: ‘ନିରୀହ ନାଗରିକଙ୍କ ଜୀବନ ରକ୍ଷା କରାଯାଉ’

Advertisment
ଯୁଦ୍ଧରେ ଇସ୍ରାଏଲକୁ ଆମେରିକାର ଅପିଲ: ‘ନିରୀହ ନାଗରିକଙ୍କ ଜୀବନ ରକ୍ଷା କରାଯାଉ’

କନକ ବ୍ୟୁରୋ: ଦିନ ବଢୁଛି, ଉଗ୍ର ହେଉଛି ଯୁଦ୍ଧ । ଜଳ, ସ୍ଥଳ, ଆକାଶ । କୋଣ ଅନୁକୋଣରୁ ହମାସ ଆତଙ୍କୀଙ୍କୁ ଖୋଜି ଖୋଜି ମାରିବାକୁ ପଣ ନେଇଛି ଇସ୍ରାଏଲ ସେନା । ୨୪ଦିନରେ ଯୁଦ୍ଧ ପହଁଚିବା ସହ ଉଭୟ ପଟୁ ହଜାର ହଜାର ସଂଖ୍ୟକ ନୀରିହ ଲୋକଙ୍କ ଜୀବନ ଯାଉଛି । ଏହା ଭିତରେ ଯୁଦ୍ଧକୁ ଅଧିକ ଜୋରଦାର କରିଛି ଇସ୍ରାଏଲ ସେନା ।ଗାଜରେ ଚାରିପଟୁ ଚାଲିଛି ଘନ ଘନ ଆକ୍ରମଣ । ସେପଟେ ଇସ୍ରାଏଲକୁ ଅପିଲ କରିଛି ଆମେରିକା । ହମାସକୁ ମାରିବା ଲକ୍ଷ୍ୟରେ ଗାଜାର ନୀରିହ ଲୋକଙ୍କ ଜୀବନ ରକ୍ଷା ଉପରେ ଇସ୍ରାଏଲ ଧ୍ୟାନ ଦେଉ ବୋଲି କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ ଅନ୍ୟପଟେ ଗାଜାରେ ରିଲିଫ ପହଁଚି ନପାରିବାରୁ ଭୋକଉପାସରେ ଗାଜାବାସୀଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ଆଶଙ୍କା ପ୍ରକାଶ କରିଛି ମିଳିତ ଜାତିସଂଘ ।

ହଜାର ହଜାର ସଂଖ୍ୟକ ଲୋକଙ୍କୁ ନେଇ ଚାଲିଛି ପ୍ରଦର୍ଶନ । ଏହି ପ୍ରଦର୍ଶନ ପାଲେଷ୍ଟାଇନ ସମର୍ଥନରେ କରାଯାଉଛି । ଅଷ୍ଟ୍ରେଲିଆ,ବିଟ୍ରେନ, ଆମେରିକା, ଭାରତ. ଜାକାର୍ତା, ମାଲେସିଆ, ଜର୍ମାନୀ, ସମେତ ବିଭିନ୍ନ ଦକ୍ଷିଣ କୋରିଆ, ରୋମ, ଷ୍ଟକହୋମ ରାଷ୍ଟ୍ରରେ ବିଶାଳ ରାଲି କରି ପାଲେଷ୍ଟାଇନ ସପକ୍ଷରେ ତେଜୁଛି ଆନ୍ଦୋଳନ ।

ଗୋଟେ ପଟେ ଇସ୍ରାଲଏ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ ଯୁଦ୍ଧର ସେକେଣ୍ଡ ଇନିଂସ ଆରମ୍ଭ ହୋଇଥିବା ନେଇ ହମାସକୁ ଚେତାଇଥିବାବେଳେ ସେପଟେ ହମାସ ମଧ୍ୟ ପଣବନ୍ଦୀଙ୍କୁ ମୁକୁଳାଇବା ପାଇଁ ସର୍ତ ରଖିଛି । ଇସ୍ରାଏଲରେ ବନ୍ଦ ଥିବା ପାଲେଷ୍ଟାଇନ ବନ୍ଦୀଙ୍କ ବଦଳରେ ପଣବନ୍ଦୀଙ୍କୁ ମୁକୁଳାଇବାକୁ ସର୍ତ ରଖିଛି ହମାସ ।

ଯୁଦ୍ଧର ସେକେଣ୍ଡ ଇନିଂସ ଆରମ୍ଭ ହୋଇଛି । ସେପଟେ ଗାଜାରେ ଗ୍ରାଉଣ୍ଡ ଅପରେସନ ଜୋରଦାର କରିବାକୁ ପ୍ରସ୍ତୁତ ହେଉଛି ଇସ୍ରାଏଲ । ତେଣୁ ନିଜ ସୈନିକଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି । କୁହାଯାଏ ଆଇଡିଏଫ ନିକଟରେ ୪ଟି ଘାତକ ୟୁନିଟ ରହିଛି । ଯାହା ଶତ୍ରୁଙ୍କୁ ସବୁପଥରୁ ଆକ୍ରମଣ କରି ନିପାତ କରିବାରେ ସକ୍ଷମ ।

ଇସ୍ରାଏଲର ଧମକ ସତ୍ୱେ ଯୁଦ୍ଧ ଭିତରେ ସ୍ପେଶ ଏକ୍ସ ମୁଖ୍ୟ ଏଲନ ମସ୍କଙ୍କ ଏଟ୍ରିଂ ହୋଇଛି । ଗାଜାରେ ୪ଦିନ ହେବ ଇଂଟରନେଟ ସେବା ଠପ ହୋଇଥିବାବେଳେ ଏହାକୁ ପୁଣି ସକ୍ରିିୟ କରିବାକୁ ମସ୍କ ଆଗେଇ ଆସିଛନ୍ତି ମସ୍କ । ଗାଜାରେ କାମ କରୁଥିବା ବିଭିନ୍ନ ସଂସ୍ଥାକୁ ଷ୍ଟାରଲିଙ୍କ ପକ୍ଷରୁ କମ୍ୟୁନିକେଶନ କନେକ୍ସନ ଉପଲବ୍ଧ କରିବାକୁ ମସ୍କ ଘୋଷଣା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe