ଆମେରିକା ଏବଂ ଉତ୍ତର କୋରିଆ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଆମେରିକା ଉତ୍ତର କୋରିଆକୁ ପୁଣି ଧମକ ଦେଇଛି । ଆମେରିକା ଉତ୍ତର କୋରିଆକୁ ଧମକ ଦେଇ କହିଛି ଯେ ଯଦି ରୁଷିଆକୁ ଅସ୍ତ୍ରଶସ୍ତ୍ରରେ ଯୋଗେ ତେବେ ତାଙ୍କୁ ବହୁ ମୂଲ୍ୟ ଦେବାକୁ ପଡିବ।

Advertisment

ଆମେରିକା ସୂତ୍ର ଅନୁସାରେ ଯେ ଅସ୍ତ୍ରଶସ୍ତ୍ର ଯୋଗାଣ ସମ୍ବନ୍ଧରେ ଉତ୍ତର କୋରିଆ ଏବଂ ରୁଷ ମଧ୍ୟରେ ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ଅଛି ।

ଆଜିକାଲି ଉତ୍ତର କୋରିଆ ଉପରେ ଆମେରିକା ମଧ୍ୟରେ ସମ୍ପର୍କ ଖରାପ ବେଶି ହେବାରେ ଲାଗିଛି ।  କଥାକଥାରେ ବାରମ୍ବାର ଉଭୟ ଦେଶ ପରସ୍ପର ପ୍ରତି ନିଜର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । କେତେବେଳେ ଆମେରିକା ତାଇୱାନକୁ ସାହାଯ୍ୟ କରି ଉତ୍ତର କୋରିଆକୁ ଉତ୍ତେଜିତ କରୁଛି ତ କେତେବେଳେ ରୁଷିଆ-ୟୁକ୍ରେନ ଯୁଦ୍ଧରେ ୟୁକ୍ରେନକୁ ସମର୍ଥନ କରି ଉତ୍ତର କୋରିଆ ଏବଂ ରୁଷିଆ ସମ୍ପର୍କରେ ବାଧା ସୃଷ୍ଟି କରୁଛି ।

ଏହି ସମୟରେ ଆମେରିକା ଉତ୍ତର କୋରିଆକୁ ପୁଣି ଥରେ ଚେତାବନୀ ଦେଇଛି ।

ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସୁଲିଭାନ୍ ମଙ୍ଗଳବାର କହିଛନ୍ତି ଯେ ଯଦି ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ରୁଷକୁ ଅସ୍ତ୍ର ଯୋଗାଏ ତେବେ ଏଥିପାଇଁ ଉତ୍ତର କୋରିଆକୁ ବହୁମୂଲ୍ୟ ଦେବାକୁ ପଡିବ। ମଙ୍ଗଳବାର ଦିନ ଏକ ସାକ୍ଷାତକାରରେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ସୁଲିଭାନ୍ କହିଛନ୍ତି ଯେ ଉତ୍ତର କୋରିଆ ଏବଂ ରୁଷିଆ ମଧ୍ୟରେ ଅସ୍ତ୍ରଶସ୍ତ୍ର ଯୋଗଣକୁ ନେଇ କଥାବାର୍ତ୍ତା ସକ୍ରିୟ ଭାବେ ଆଗକୁ ବଢୁଛି ବୋଲି ଆମେରିକା ବିଶ୍ୱାସ କରୁଛି । ଉତ୍ତର କୋରିଆ ଉପରେ ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ “ଆମର ବର୍ତ୍ତମାନର ବିଶ୍ଳେଷଣରୁ ଜଣାପଡିଛି ଯେ ୟୁକ୍ରେନ ଯୁଦ୍ଧ ରୁଷକୁ ସାମରିକ ସହାୟତା ପ୍ରଦାନ ବିଷୟରେ ଉତ୍ତର କୋରିଆ ଏବଂ ରୁଷ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି ଏବଂ ଆଲୋଚନା ସକ୍ରିୟ ରହିଛି ଓ  ଅଗ୍ରଗତି କରୁଛି। "

ସୁଲିଭାନ୍ କହିଛନ୍ତି ଯେ ଆମେ ଉତ୍ତର କୋରିଆର ଉଦ୍ଦେଶ୍ୟ ବିଷୟରେ କଳ୍ପନା କରି କହୁନାହୁଁ ।  ଏହି ସମୟରେ ମୁଁ କେବଳ ଏହା କହୁଛି ଯେ ଉତ୍ତର କୋରିଆ ଚାଲିଥିବା ୟୁକ୍ରେନ ଏବଂ ରୁଷ  ଯୁଦ୍ଧରେ ଋଷିଆକୁ  ଅସ୍ତ୍ରଶସ୍ତ୍ର ଦେଇ ସାହାଯ୍ୟ କରିବାକୁ ଯାଉଛି ଯାହାଦ୍ବାରା ୟୁକ୍ରେନର ଆଉକିଛି ବଡ଼ ସହର ଉପରେ ରୁଷ ଆକ୍ରମଣ କରିବାର ଯୋଜନା କରିପାରିବ ।