ଚର୍ଚ୍ଚାରେ ବଲିଉଡର ୯୦ ଦଶକର ଅଭିନେତ୍ରୀ । ସୋସିଆଲ୍ ମିଡ଼ିଆରେ ପାକିସ୍ତାନୀ ଅଭିନେତାଙ୍କ ସହ ଭିଡ଼ିଓ ହେଉଛି ଭାଇରାଲ୍ 

ଚର୍ଚ୍ଚାରେ ବଲିଉଡର ୯୦ ଦଶକର ଅଭିନେତ୍ରୀ । ସୋସିଆଲ୍ ମିଡ଼ିଆରେ ପାକିସ୍ତାନୀ ଅଭିନେତାଙ୍କ ସହ ଭିଡ଼ିଓ ହେଉଛି ଭାଇରାଲ୍ 

ଏହି କିଛି ବର୍ଷ ହେଲା ବଲିଉଡଠାରୁ ଦୂରେଇ ରହିଥିବା ଅଭିନେତ୍ରୀ ଅମିଷା ପଟେଲ୍ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ହେଲେ ଏଥର ନିଜ ଅପକମିଙ୍ଗ୍ ମୁଭିକୁ ନେଇ ନୁହଁ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ସାଉଁଟିଛନ୍ତି ୯୦ ଦଶକର ଏହି ଚୁଲବୁଲି ଅଭିନେତ୍ରୀ । ପାକିସ୍ତାନ ଅଭିନେତା ଇମରାନ୍ ଅବ୍ୱାସ ଏବଂ ଅମିଷାଙ୍କ ବନ୍ଧୁତାକୁ ନେଇ ଏବେ ସୋସିଆଲ୍ ମିଡ଼ିଆରେ ହଇଚଇ ସୃଷ୍ଟି ହୋଇଛି ।

publive-image

ଇମରାନ୍ ଏବଂ ଅମିଷା ପଟେଲଙ୍କ ଅଫେୟର୍ ର ଖବର ଏବେ ବଲିଉଡ଼ରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଦୁହେଁ ଦୁହିଁଙ୍କୁ ଅନେକ ସମୟରୁ ଜାଣିଥିବା ବେଳେ ଖୁବ୍ ଭଲ ବନ୍ଧୁ ବୋଲି ମଧ୍ୟ କହିଥାନ୍ତି । ଏବେ ଇମରାନ୍ ଅମିଷାଙ୍କ ସହ ଏକ ରୋମାଣ୍ଟିକ୍ ଭରା ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ସେୟାର୍ କରିଛନ୍ତି ଏବଂ କ୍ୟାପ୍ସନରେ ଲେଖିଛନ୍ତି , “ମୋ ବନ୍ଧୁ ଅମିଷା ପଟେଲଙ୍କ ସହ ମିଶି ମୋ ଫେବରେଟ୍ ବଲିଉଡ୍ ଗୀତରେ ଅଭିନୟ କରିବା ମୋତେ ଖୁବ୍ ଆନନ୍ଦ ଦେଇଛି ।” ଅମିଷା ଏବଂ ଇମରାନଙ୍କ ଏହି ଭିଡ଼ିଓ ଏବେ ଖୁବ୍ ଭାଇରାଲ୍ ହେବାର ଲାଗିଛି ଏବଂ ଦୁହିଁଙ୍କ ମଧ୍ୟରେ ସଂପର୍କ ଥିବାର କଥା ମଧ୍ୟ ଉଠୁଛି ।

publive-image

ଅମିଷାଙ୍କ କଥା ଯଦି କହିବା ସେ ନିଜର ଆଗାମୀ ସିନେମା ଗଦର୍ ୨ ରେ ସନ୍ନି ଦେଓଲଙ୍କ ସହ ନଜର ଆସିବେ । ଅମିଷାଙ୍କୁ ଫ୍ୟାନ୍ସ ପୁଣିଥରେ ସକିନା ଭୂମିକାରେ ଦେଖିବାକୁ ପାଇବେ । ଇମରାନ୍ ମଧ୍ୟ ବିଭିନ୍ନ ପାକିସ୍ତାନୀ ଡ୍ରାମା ଓ ସିନେମାରେ କାମ କରିସାରିଛନ୍ତି । ତେବେ ସେ ବିକ୍ରମ ଭଟ୍ଟଙ୍କ ସିନେମା କ୍ରିଏଚର୍ ୩ଡ଼ିରେ ବଲିଉଡରେ ଡେବ୍ୟୁ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe