କନକ ବ୍ୟୁରୋ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଅନେକ ଗାଁକୁ ନାହିଁ ଭଲ ରାସ୍ତା ଖଣ୍ଡେ । ଫଳରେ ସେଠିକାର ଲୋକେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି । ଏପରିକି ଅନେକ ସମୟରେ ରୋଗୀ ଠିକ ସମୟରେ ହସ୍ପିଟାଲ ନଯାଇପାରି ଗୁରୁତର ହୋଇଯିବାର ଅନେକ ନଜିର ମଧ୍ୟ ରହିଛି । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ରାୟଗଡ ବ୍ଳକ ଆବରସିଂହ ଗାଁରେ ।

ଏହି ଗାଁକୁ ଭଲ ରାସ୍ତାନଥିବାରୁ ଆମ୍ବୁଲାନ୍ସ ପଶିପାରିନଥିଲା । ଫଳରେ ମହିଳାଙ୍କୁ ଆମ୍ବୁଲାନ୍ସ ଯାଏଁ ୨ କିଲୋମିଟର ବାଟ ଷ୍ଟ୍ରେଚରରେ ବୋହିନେଇଥିଲେ ଆମ୍ବୁଲାନ୍ସ ଡ୍ରାଇଭର ଓ ଫାର୍ମାସିଷ୍ଟ । ଏଭଳି ସମସ୍ୟ ଭିତରେ ରୋଗୀକୁ ରାୟଗଡ ହସ୍ପିଟାଲରେ ପହଞ୍ଚାଇବବେଳକୁ ମହିଳାଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ପାରଳାଖେମୁଣ୍ଡି ସ୍ଥାନାନ୍ତର କରାଯାଇଛି ।