ମାଲକାନଗିରିରେ ଆମ୍ବୁଲେନ୍ସ ସେବା ଅଚଳ: ଗାଡି ଗଡିବାକୁ ମିଳୁନି ତେଲ

Advertisment
ମାଲକାନଗିରିରେ ଆମ୍ବୁଲେନ୍ସ ସେବା ଅଚଳ: ଗାଡି ଗଡିବାକୁ ମିଳୁନି ତେଲ

କନକ ବ୍ୟୁରୋ: ମାଲକାନଗିରିରେ ଠପ୍ ହୋଇଯାଇଛି ଆମ୍ବୁଲାନ୍ସ ସେବା । ତେଲ ନଥିବାରୁ ଜିଲ୍ଲାରେ ଗଡୁନି ୧୦୮ ଆମ୍ବୁଲାନ୍ସ ଗାଡି । ୧୦୮ ଆମ୍ବୁଲାନ୍ସ ସେବା ଯୋଗାଉଥିବା ଜେଡ୍.ଏଚ୍.ଏଲ କମ୍ପାନୀ ତେଲ ପାଇଁ ଟଙ୍କା ଦେଉନଥିବା ଅଭିଯୋଗ କରିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ।

ambulance image courtesy - www.news.lk

ଏମିତି କି କମ୍ପାନୀ ପକ୍ଷରୁ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମିଳିଥିବା ଫୁଏଲ କାର୍ଡରେ ବି ଟଙ୍କା ନଥିବା ଜଣାପଡିଛି । ଫୁଏଲ କାର୍ଡ ନେଇ ଡ୍ରାଇଭର ୧୦୮ ଆମ୍ବୁଲାନ୍ସରେ ତେଲ ପାକାଇବା ପାଇଁ ଟାଙ୍କିକୁ ଯାଇ ଫେରୁଥିବା କହିଛନ୍ତି । ତେଲ ନଥିବାରୁ ଜିଲ୍ଲାର ସବୁ ୧୦୮ ଆମ୍ବୁଲାନ୍ସ ଏବେ ଜିଲ୍ଲା ସଦର ମହୁକମାରେ ଠିଆ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe