ଏ କି ପ୍ରକାର ସ୍ୱାସ୍ଥ୍ୟ ଅବସ୍ଥା ! ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଦୃଶ୍ୟ, ଧକ୍କା  ଖାଇବା ବିନା ଗଡୁନାହିଁ ଆମ୍ବୁଲାନ୍ସ

Advertisment
ଏ କି ପ୍ରକାର ସ୍ୱାସ୍ଥ୍ୟ ଅବସ୍ଥା ! ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଦୃଶ୍ୟ, ଧକ୍କା  ଖାଇବା ବିନା ଗଡୁନାହିଁ ଆମ୍ବୁଲାନ୍ସ

source : sambad

କନକ ବ୍ୟୁରୋ :  ସୁଧୁରୁନି ରୋଗୀଙ୍କ ସମସ୍ୟା। ଏପରିକି ରୋଗୀଙ୍କୁ ଠିକ୍ ସମୟରେ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆ ଯାଇପାରୁନି। ଦୀର୍ଘ ଦିନଧରି ଦଶପଲ୍ଲା ଓ ମଧ୍ୟଖଣ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ନ ଥିବା ଏବଂ ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ମିଳି ପାରୁନଥିବା ନେଇ ବାରମ୍ବାର ଖବର ପ୍ରକାଶ ପାଇଛି। କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ କାମଚଳା ଭାବେ ନାମକୁ ମାତ୍ର ଦଦରା ଆମ୍ବୁଲାନ୍ସ୍ ଧରାଇ ଦେଇଥିବା ଦେଖିବାକୁ ମିଳିଛି। ତେବେ ଏହି ଆମ୍ବୁଲାନ୍ସକୁ ନ ଠେଲିଲେ ତାହା ଚାଲୁ ନଥିବା ଜଣାପଡ଼ିଛି। ରୋଗୀଙ୍କୁ ଠିକ୍ ସମୟରେ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ରାଜ୍ୟରେ ‘ମୋ ସରକାର’ ଯୋଜନା କାର୍ଯ୍ୟକାରୀ ହୋଇଛି। କିନ୍ତୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ବିକଳ ଚିତ୍ର ସରକାରଙ୍କ ୫-ଟି କାର୍ଯ୍ୟକାରୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସରକାର ରୋଗୀଙ୍କୁ ମାଗଣାରେ ତତ୍କାଳ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ୧୦୮ ଆମ୍ବୁଲାନ୍ସ ସେବା କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସର ସମୟସୀମା ଅତିକ୍ରାନ୍ତ କରିବା ସହ ଏହାର ଫିଟନେସ୍ ଓ ଇନ୍ସ୍ୟୁରାନ୍ସ ନଥିବା ହେତୁ ଦୀର୍ଘ ଦିନ ହେବ ଅଚଳ ହୋଇପଡ଼ିଛି। କିନ୍ତୁ ଏଠାରେ କାର୍ଯ୍ୟ କରୁଥିବା ୧୦୮ ଆମ୍ବୁଲାନ୍ସଟି ଗତ ମାସରୁ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ି ରହିଥିବା ବେଳେ, ମଧ୍ୟଖଣ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ବର୍ଷ ଜାନୁଆରୀଠାରୁ ଆଉ ସ୍ୱାସ୍ଥ୍ୟକେନ୍ଦ୍ରକୁ ଫେରିନାହିଁ। ଫଳରେ ଦଶପଲ୍ଲା ଓ ମଧ୍ୟଖଣ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ବିଭିନ୍ନ ସମୟରେ ଦୁର୍ଘଟଣାଗ୍ରସ୍ତ ଓ ଗୁରୁତର ରୋଗୀ ମୃତ୍ୟୁ ମୁଖରେ ପଡ଼ିବାକୁ ବାଧ୍ୟ ହେଉଛନ୍ତି। ଗତ ୧୨ ତାରିଖ ଦିନ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବାରଣ୍ଡାରେ ଜଣେ ରୋଗୀ ଘଣ୍ଟା ଘଣ୍ଟା ପଡ଼ିରହିବା ପରେ ଆମ୍ବୁଲାନ୍ସ ଆସି ନପାରିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ଏବଂ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe