କନକ ବ୍ୟୁରୋ: ଅସୁବିଧା ବେଳେ ମିଳିଲାନି ଆମ୍ବୁଲାନ୍ସ । ପରିବା ବୁହା ଡାଲାରେ ହସ୍ପିଟାଲ ଗଲେ ଗୁରୁତର ଯୁବକ । ପୁରୀ ଜିଲ୍ଲା କଣାସ ବ୍ଲକ ଜଙ୍କିଆଗଡ ସାହି ଛକରେ ଗତକାଲି ଏକ ଦୁର୍ଘଟଣାରେ ହୋଇଥିଲେ ଆହତ । ପଲସର ବାଇକରେ ଘରକୁ ଫେରୁଥିବା ବେଳେ ପଥରରେ ପିଟି ହୋଇଯିବାରୁ ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକେ ଗୁରୁତରଙ୍କୁ ହସ୍ପିଟାଲ ପଠାଇବାକୁ ବ୍ୟବସ୍ଥା କରିଥିଲେ । ଏନେଇ ଆମ୍ବୁଲାନ୍ସ ପାଇଁ ଫୋନ୍ କରାଯାଇଥିଲା, ହେଲେ ଆମ୍ବୁଲାନ୍ସ ନାହିଁ ବୋଲି କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୁହାଯାଇଥିଲ । ପରେ ପରିବା ବୁହା ଅଟୋରେ ଗୁରୁତରଙ୍କୁ ହସ୍ପିଟାଲକୁ ପଠାଇଥିଲେ ସ୍ଥାନୀୟ ଲୋକେ । ଦୁର୍ଘଟଣାରେ ଗୁରୁତର ହୋଇଥିବା ଯୁବକ ଗଡିଶାଗୋଦା ଥାନା ଅନ୍ତର୍ଗତ ମୈତ୍ରୀ ତ୍ରିଲୋଚନପୁର ଗାଁର ବୋଲି ଜଣାପଡିଛି ।
ଆସିଲାନି ଆମ୍ବୁଲାନ୍ସ, ମାଲବୁହା ଅଟୋ ଡାଲାରେ ହସ୍ପିଟାଲକୁ ବୁହାହେଲେ ଯୁବକ।
/kanak/media/post_attachments/wp-content/uploads/2022/10/36-2.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)