କନକ ବ୍ୟୁରୋ : ପାଟଣାଗଡ ମାୟାବରାହ ଛକରେ କାରକୁ ପିଟିଲା ଆମ୍ବୁଲାନ୍ସ । ଘଟଣାସ୍ଥଳରେ ଭାଲୁଜୁରି ଗାଁର ଶୁଖିରାମ ମହାନନ୍ଦଙ୍କ ମୃତ୍ୟୁ । ପରିବାର ସଦସ୍ୟଙ୍କ ଦେହ ଖରାପ ଥିବାରୁ ଚିକିତ୍ସା ପାଇଁ ସେମାନଙ୍କୁ ନେଇ ମେଡିକାଲ ଯାଉଥିଲେ । କୌଣସି କାରଣରୁ ମାୟାବରାହ ଛକରେ କିଛି ସମୟ ପାଇଁ ଗାଡିକୁ ଅଟକାଇଥିଲେ । ଏହି ସମୟରେ ପଛ ପାର୍ଶ୍ୱରୁ ଆସି କାରକୁ ଆମ୍ବୁଲାନ୍ସ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।

Advertisment