ଦୁର୍ଗମ ଅଂଚଳରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଦୋଳା ତିଆରି କରି ପ୍ରସୂତିଙ୍କୁ ବୋହିଲେ ଆମ୍ବୁଲାନ୍ସ ଡ୍ରାଇଭର ।

101

କନକ ବ୍ୟୁରୋ: ଖୋଲା ଆକାଶ ତଳେ ପ୍ରସବ ଆଉ ମାନବିକତା ଦେଖାଇଲେ ଆମ୍ବୁଲାନ୍ସ ଡ୍ରାଇଭର । ଏଭଳି କିଛି ଖବର ଆସିଛି ମାଲକାନଗିରି ଜିଲ୍ଲାରୁ । କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଂଚାୟତର ଦୁର୍ଗମ ଗଟିମଝୋଲା ଗାଁର ଜଣେ ପ୍ରସୂତି ମହିଳା ପ୍ରସବ ବେଦନାରେ ଛଟପଟ ହେଉଥିଲେ । ତାଙ୍କୁ ମେଡ଼ିକାଲ ନେବାକୁ ୧୦୨କୁ ଆଶା ଦିଦି ଫୋନ କରିଥିଲେ । ଆମ୍ବୁଲାନ୍ସ ଆସିଲା ହେଲେ ଗାଁକୁ ଆମ୍ବଲାନ୍ସ ଯିବାକୁ ରାସ୍ତା ନଥିଲାଆଉ ପ୍ରସୂତିଙ୍କ ଅବସ୍ଥା ସଂକଟପନ୍ନ ଥିବାରୁ କାଳ ବିଳମ୍ବ ନକରି ଖଟ ଓ ଲୁହା ପାଇପ ସହାୟତାରେ ଦୋଳା ତିଆରି କରି ୪ କିଲୋମିଟର ବାଟ କାନ୍ଧରେ ପ୍ରସୂତିଙ୍କୁ ବୋହି ନେଇଥିଲେ ଆମ୍ବୁଲାନ୍ସ ଡ୍ରାଇଭର । ତେବେ ଆମ୍ବଲାନ୍ସ ନିକଟରେ ପହଂଚିବା ପୂର୍ବରୁ ଖୋଲା ଆକାଶ ତଳେ ଯମଜ ସନ୍ତାନକୁ ଜନ୍ମ ଦେଇଥିଲେ ପ୍ରସୂତି । ପ୍ରସବ ପରେ ୧୦୨ ଆମ୍ବଲାନ୍ସରେ ମା ଓ ଦୁଇ ନବଜାତଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏବଂ ବର୍ତ୍ତମାନ ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି ।