କନକ ବ୍ୟୁରୋ: ଟ୍ୟୁବ୍ ସାହାଯ୍ୟରେ ରୋଗୀଙ୍କ ନଦୀ ପାରି, ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ ଭରା ନଇରେ ରୋଗୀଙ୍କୁ ଟ୍ୟୁବରେ ବସେଇ ଖଡ୍ଗ ନଦୀରେ ପାର କରି ଆଣିଲେ ରୋଗୀଙ୍କ ପରିବାର ଲୋକେ । ବାଲିଗୁଢ଼ା ଠାରୁ ସାଇନପଡାକୁ ଦେଇ ଖଡ୍ଗ ନଦୀରେ ଏକ ସେତୁ ହେବାକୁ ଥିବା ବେଳେ ଏ ପର୍ୟ୍ୟନ୍ତ କାର୍ୟ୍ୟ ଆରମ୍ଭ ହେଇ ନ ଥିବାରୁ ଅଞ୍ଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୁବେର ମୁଣ୍ଡା ଗ୍ରାମରେ ୧୫ପରିବାର ରୁହନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହାସିଙ୍ଗ ଗ୍ରାମ ପଞ୍ଚାୟତର କୁବେର ମୁଣ୍ଡା ଗ୍ରାମର ଏପରି ଏକ ଦୟନୀୟ ଘଟଣା ସାମ୍ନା କୁ ଆସିଛି । ଏହି ଗ୍ରାମର ଆନନ୍ତ ପ୍ରଧାନ (୪୫)ସ୍ଵାମୀ ଙ୍କ ନାମ ରଘୁନାଥ ପ୍ରଧାନ ଦୀର୍ଘ ୪ଦିନ ହେଲା ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସେପଟେ କୁବେର ମୁଣ୍ଡା ଗ୍ରାମ ଠାରୁ କ.ନୂଆଗାଁ କୁ ଯିବା ପାଇଁ ହେଲେ ପାଖା ପାଖି ୨୨ କିଲୋମିଟର ଯିବାକୁ ହୁଏ । କୁବେର ମୁଣ୍ଡା ଠାରୁ ମହାସିଙ୍ଗକୁ ଦେଢ କିଲୋମିଟର ହେବ । ଫଳରେ ଜୀବନକୁ ବାଜି ଲଗେଇ ଖଡ୍ଗ ନଦୀ ପାତ ହେବା କୁ ପରିସ୍ଥିତି ବାଧ୍ୟ କରୁଛି । ଗ୍ରାମକୁ ଯିବା ପାଇଁ ରାସ୍ତା ଅଭାବରୁ ଆମ୍ବୁଲାନ୍ସ କିମ୍ବା କୌଣସି ଯାନବାହାନ ପହଞ୍ଚି ପାରେ ନାହିଁ । ଫଳରେ ଶିକ୍ଷା ସ୍ଵାସ୍ଥ୍ୟ ଗମନାଗମନ ଭଳି ମୌଳିକ ସମସ୍ୟାର ଏଠାକାର ବାସିନ୍ଦା ସମ୍ମୁଖୀନ ହୋଇ ଆସୁଛନ୍ତି ।