ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଅଧବାଟରେ ଚାଲିଗଲା ଜୀବନ । ଟାଙ୍ଗୀ ବାଇଚୁଆଁ ନିକଟରେ କଂଟେନରକୁ ଧକ୍କା ଦେଲା ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍ସ । ୩ ମୃତ

୧୬ ନମ୍ବର ଜାତୀୟ ରାଜପଥ ଉପରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା

392
କନକ ବ୍ୟୁରୋ : ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଅଧବାଟରେ ଚାଲିଗଲା ଜୀବନ । ବାଇଚୁଆଁ ନିକଟ ରାସ୍ତାରୁ ଆସିଲା ଅଭାବନୀୟ ଘଟଣା । ୧୬ ନମ୍ବର ଜାତୀୟ ରାଜପଥ ଉପରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । କଂଟେନର ପଛରେ ପିଟି ହେଲା ଆମ୍ବୁଲାନ୍ସ । ଏହି ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି ।  କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବାଇଚୁଆଁ ନିକଟରେ ଠିଆ ହୋଇଥିବା ଏକ କଂଟେନର ପଛରେ ପିଟିହେଲା ଆମ୍ବୁଲାନ୍ସ ।
ସୂଚନା ଅନୁସାରେ, ପଶ୍ଚିମବଙ୍ଗ ମେଦିନାପୁରରୁ କଟକ ବଡ଼ ମେଡ଼ିକାଲକୁ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାର ଶିକାର ହୋଇଛି । ଫଳରେ ଆମ୍ବୁଲାନ୍ସରେ ଥିବା ରୋଗୀ, ରୋଗୀଙ୍କ ସମ୍ପର୍କିୟଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଟାଙ୍ଗୀ ପୋଲିସ ଓ ଅଗ୍ନିଶମ ବିଭାଗ, ଏନଏଚଆଇ ପହଂଚି କଟର ସାହାଯ୍ୟରେ ଗାଡ଼ିର ଅନ୍ୟ ଅଂଶକୁ କାଟି ମୃତକଙ୍କୁ ବାହାର କରିଥିଲେ । ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲ ପଠାଯାଇଛି ।