ଅଜବ ସୁରକ୍ଷା ବ୍ୟବସ୍ଥା ! ପିଞ୍ଜରା ଭିତରେ ଆମ୍ବେଦକର, ୩ ଜଣ କନେଷ୍ଟବଳ ଦେଉଛନ୍ତି ୨୪ ଘଣ୍ଟିଆ ସୁରକ୍ଷା

37

ପିଞ୍ଜରାର ତାରିଜାଲି ଭିତରେ ଭାରତର ସମ୍ବିଧାନର ପ୍ରଣୟନକାରୀ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି । ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଯେଉଁଭଳି ଭାବେ ଏବେ ଦେଶରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଯାଉଛି ତାହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶରେ ଆମ୍ବେଦକରଙ୍କ ମୂର୍ତ୍ତିକୁ ତାରଜାଲିରେ ବନ୍ଦ କରି ତାଲା ପକାଇ ଦିଆଯାଇଛି । ଆମ୍ବେଦକରଙ୍କ ପ୍ରତିମୂତ୍ତିକୁ ସୁରକ୍ଷିତ ରଖିବା ପାଇଁ ଏଭଳି ସର୍ତକତା ଉପାୟ ଆପଣାଇଛି ଉତ୍ତର ପ୍ରଦେଶ ପ୍ରଶାସନ ।

ଏହି ଘଟଣା ଗଣମାଧ୍ୟମ ନଜରକୁ ଆସିବା ପରେ ସ୍ଥାନୀୟ ପ୍ରଶାସନ ସଙ୍ଗେ ସଙ୍ଗେ ଏହି ତାର ଜାଲିକୁ ହଟାଇ ଦେଇଥିଲେ । ତେବେ ତାରଜାଲି ହଟାଇବା ପରେ ପ୍ରତିମୂର୍ତ୍ତିର ୨୪ ଘଣ୍ଟିଆ ସୁରକ୍ଷା ପାଇଁ ତିନି ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି । ପ୍ରଥମେ ସ୍ଥାନୀୟ ଦୋକାନୀଙ୍କ ଠାରୁ ଚାନ୍ଦା ନେଇ ପ୍ରତିମୂର୍ତ୍ତିରେ ଚାରି ପାଶ୍ୱର୍ରେ ତାର ଜାଲି ଲଗାଇ ଥିଲା ପୋଲିସ ।

ସୂଚନାଯୋଗ୍ୟ ଯେ, ଯେଉଁ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର ଚାରିପାଶ୍ୱର୍ରେ ତାରଜାଲି ଲଗାଯାଇଥିଲା ସେଠାରେ ପୂର୍ବରୁ ଆମ୍ବେଦକରଙ୍କ ଆଉ ଏକ ମୂର୍ତ୍ତି ରହିଥିଲା । ଯାହାକୁ ଏପ୍ରିଲ ୭ରେ କିଛି ଦୁବୃର୍ତ୍ତ ଭାଙ୍ଗି ଦେଇଥିଲେ । ଆଉ ଏହାପରେ ପ୍ରଶାସନ ପକ୍ଷରୁ ଆଉ ଏକ ନୁଆ ମୂର୍ତ୍ତି ଲଗାଯାଇଥିଲା । କିନ୍ତୁ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର ରଙ୍ଗ ଗେରୁଆ ରଙ୍ଗ କରାଯାଇଥିବାରୁ ଗ୍ରାମବାସୀ ମାନେ ଏହାର ବିରୋଧ କରିଥିଲେ । ପରେ ବିଏସପି ନେତା ଏହି ପ୍ରତିମୂର୍ତ୍ତିରେ ନୀଳ ରଙ୍ଗ ଦେଇଥିଲେ । କିନ୍ତୁ ତାରଜାଲି ଭିତରେ ଆମ୍ବେଦରଙ୍କ ପ୍ରତିମୂର୍ତ୍ତି ରହିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।