କନକ ବ୍ୟୁରୋ: ଆଇପିଏଲ ଫାଇନାଲ ଆଉ କିଛି ସମୟ ପରେ ଖେଳାଯିବ । ଚେନ୍ନାଇ ଏବଂ ଗୁଜରାଟ ମଧ୍ୟରେ ଅହମଦାବାଦରେ ଏହି ମ୍ୟାଚ ଖେଳାଯିବ । ତେବେ ଠିକ ଏହା ପୂର୍ବରୁ ଚେନ୍ନାଇର ବରିଷ୍ଠ ଖେଳାଳୀ ଅମ୍ବାତି ରାଇଡୁ ବଡ ଘୋଷଣା କରିଛନ୍ତି । ସେ ଆଇପିଏଲରୁ ସନ୍ୟାସ ନେଇ ଘୋଷଣା କରିଛନ୍ତି । ଏହା ତାଙ୍କର ଶେଷ ଆଇପିଏଲ ମ୍ୟାଚ ।

Advertisment

ରାଇଡୁ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ସେ ପୋଷ୍ଟ କରି ଲେଖିଛନ୍ତି ଯେ ମୁମ୍ବାଇ ଏବଂ ଚେନ୍ନାଇ ପାଇଁ ଆଇପିଏଲ ଖେଳିଥିଲେ । ୨୦୪ ଆଇପିଏଲ ମ୍ୟାଚ ଖେଳିଥିବା ବଳେ ୧୪ଟି ସିଜିନରେ ନିଜର ଉପସ୍ଥିତି ଜାହିର କରିଥିଲେ । ଏହି ସମୟରେ ସେ ୧୧ ଥର ପ୍ଲେଅଫ୍, ୮ ଥର ଫାଇନାଲ ଏବଂ ୫ ଥର ଟ୍ରଫି ହାତେଇଛନ୍ତି । ଆଶା ଯେ ସେ ଆଜି ଷଷ୍ଠ ଟ୍ରଫି ମଧ୍ୟ ହାତେଇବେ।

୩୭ ବର୍ଷୀୟ ରାଇଡୁ ଆହୁରି ମଧ୍ୟ ଲେଖିଛନ୍ତି, ଏହା ବହୁତ ଲମ୍ବା ଯାତ୍ରା ଥିଲା । ମୁଁ ନିଷ୍ପତ୍ତି ନେଇଛି ଆଜି ରାତିର ଫାଇନାଲ ମୋର ଶେଷ ମ୍ୟାଚ । ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ । ମୁଁ ଏ ନିଷ୍ପତ୍ତିରେ ଆଉ ପରିବର୍ତ୍ତନ କରିବି ନାହିଁ ।