କନକ ବ୍ୟୁରୋ : ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ ୱାଇଏସଆର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ମାତ୍ର ୯ ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସରେ ଯୋଗ ଦେଇଥିଲେ । ହେଲେ ଏମିତି କଣ ହେଲା ଯେ ମାତ୍ର ୯ ଦିନ ପରେ ସେ ପାର୍ଟି ଛାଡିଛନ୍ତି । ତାଙ୍କର ଏହି ଆଶ୍ଚର୍ଯ୍ୟଜନକ ନିଷ୍ପତି ଶୁଣି ସମସ୍ତେ ଚକିତ ହୋଇପଡିଛନ୍ତି । ସେ ନିଜେ ଏହି ନିଷ୍ପତି ବାବଦରେ ସମସ୍ତଙ୍କୁ ଜଣାଇଛନ୍ତି । ରାୟୁଡୁ ୯ ଦିନ ପୂର୍ବରୁ ୱାଇଏସଆର କଂଗ୍ରେସ ପାର୍ଟିରେ ଯୋଗଦେଇଥିଲେ ଅର୍ଥାତ୍ ୨୮ ଡିସେମ୍ବରରେ ସେ ପାର୍ଟିରେ ଯୋଗଦେଇଥିଲେ । ସେ ପାର୍ଟିର ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଉପସ୍ଥିତିରେ ପାର୍ଟିରେ ଯୋଗ ଦେଇଥିଲେ । ଏବେ ଇସ୍ତଫା ଦେବା ପରେ ସେ କହିଛନ୍ତି କି ସେ ସବୁଦିନ ପାଇଁ ରାଜନିତି ଛାଡି ନାହାଁନ୍ତି ବରଂ ସେ ମାତ୍ର କିଛି ସମୟ ପାଇଁ ରାଜନୀତିରୁ ନିଜକୁ ଦୂରେଇ ରଖିଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟର ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ନିଷ୍ପତି ବିଷୟରେ ସୂଚନା ଦେଇଛନ୍ତି ।
ରାୟୁଡୁ ନିଜ ସୋସିଆଲ ମିଡିଆ ଆକାଉଣ୍ଡରୁ ଟୁଇଟ୍ କରି କହିଛନ୍ତି ଯେ, ମୁଁ ସମସ୍ତଙ୍କୁ ଜଣାଇଦଉଛି ଯେ ମୁଁ ୱାଇଏସଆର କଂଗ୍ରେସ ଦଳ ଛାଡଛି କିଛି ସମୟ ପାଇଁ ଏବଂ ରାଜନୀତିରୁ କିଛି ସମୟ ଦୂରେଇ ରହିବାକୁ ନିଷ୍ପତି ନେଇଛି ଓ ଠିକ୍ ସମୟରେ ପରବର୍ତ୍ତୀ ନିଷ୍ପତ୍ତି ଘୋଷଣା କରିବି ।
ଡିସେମ୍ବେର ୨୮ରେ ରାୟୁଡୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ । ଏବଂ ସେହି ସମୟରେ ଡେପୁଟି ସିଏମ ନାରାୟଣ ସ୍ୟାମୀ ଏବଂ ସାଂସଦ ପେଡିରେଡି ମିଥୁନ ରେଡ୍ଡୀ ଉପସ୍ଥିତ ଥିଲେ । କେଉଁ କାରଣ ପାଇଁ ରାୟୁଡୁ ଦଳ ଛାଡିଲେ ସେ ବାବଦରେ କିଛି ସ୍ପଷ୍ଟ କରି ନାହାନ୍ତି । ସେ କହିଛନ୍ତି କି ସଠିକ ସମୟ ଆସିଲେ ପରବର୍ତ୍ତୀ କାର୍ଯ୍ୟ ବିଷୟରେ ସୂଚନା ଦେବେ ।
ଆଇପିଏଲ୍ ୨୦୨୩ ପରେ ରାୟୁଡୁ କ୍ରିକେଟରୁ ବିଦାୟ ନେଇଥିଲେ । ୨୦୨୩ ଆଇପିଏଲରେ ରାୟୁଡୁ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳୁଥିଲେ । ଏବଂ ସେହି ବର୍ଷ ଚେନ୍ନାଇ ଚାମ୍ପିୟନ ମଧ୍ୟ ହୋଇଥିଲା । ରାୟୁଡୁ ୨୦୧୯ ରେ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥିଲେ ।
ରାୟୁଡୁ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ୫୫ ଟି ଏକଦିବସୀୟ ଏବଂ ୬ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଏହା ବ୍ୟତୀତ ତାଙ୍କ କ୍ୟାରିୟରରେ ସେ ୨୦୩ ଆଇପିଏଲ୍ ମ୍ୟାଚ୍ ଖେଳିଥିଲେ ।