କନକ ବ୍ୟୁରୋ: ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆର ସୁରକ୍ଷାକୁ ସୋମବାର ଅଚାନକ ବୃଦ୍ଧି କରାଯାଇଛି । ତାଙ୍କ ଘର ଆଗରେ ପୋଲିସ କର୍ମୀମାନେ ପଇଁତରା ମାରୁଥିବାବେଳେ ଏନେଇ ଏବେ ଅଧିକ ସୂଚନା ଦେଇଛି ମୁମ୍ବାଇ ପୋଲିସ । ପୋଲିସର କହିବା ମୁତାବକ, ସୋମବାର ପୋଲିସ କଣ୍ଟ୍ରୋଲ ରୁମକୁ ଜଣେ ଟ୍ୟାକ୍ସି ଡ୍ରାଇଭର ଫୋନ୍ କରିଥିଲେ । ଆଉ କହିଥିଲେ ଦୁଇ ଜଣ ଅଜଣା ବ୍ୟକ୍ତି ତାଙ୍କୁ ଆଣ୍ଟିଲିଆର ଠିକଣା ପଚାରୁଥିଲେ । ତେବେ ତାଙ୍କ କଥାବାର୍ତ୍ତା ଟ୍ୟାକ୍ସି ଡ୍ରାଇଭରକୁ ସନ୍ଦେହ ହେବାରୁ ସେ ପୋଲିସକୁ ଏନେଇ ସୂଚନା ଦେଇଥିଲେ ।
ଟ୍ୟାକ୍ସି ଡ୍ରାଇଭରଠାରୁ ଏପରି ସୂଚନା ପାଇବା ପରେ, ମୁମ୍ବାଇ ପୋଲିସ ଆକ୍ସନ ମୋଡକୁ ଆସିଯାଇଛି । ଆଣ୍ଟିଲିଆ ଆଗରେ ଅଧିକ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରିବା ସହିତ ଏବେ ସେଠାରେ ତନଖି କରି ଲୋକଙ୍କୁ ଛଡାଯାଉଛି । ତେବେ ଟ୍ୟାକ୍ସି ଡ୍ରାଇଭରକୁ ମୁମ୍ବାଇ ପୋଲିସ ନିଜ ହେପାଜତରେ ରଖିବା ସହିତ ତାଠାରୁ ବୟାନ ରେକର୍ଡ କରୁଛି । ତା ସହିତ ଆଣ୍ଟିଲିଆ ଆଗରେ ବ୍ୟାରିକେଡିଂ କରିବା ସହିତ ପୋଲିସ ଏବେ ଚେକିଂକୁ ଜୋରଦାର କରିଥିବା ସୂଚନା ଦେଇଛି । ତା ସହିତ ସିସିଟିଭି ଫୁଟେଜକୁ ମଧ୍ୟ ପୋଲିସ ଯାଞ୍ଚ କରୁଛି ।
ସୂଚନାଯୋଗ୍ୟ ଯେ, ମୁମ୍ବାଇର ଏହି ୨୭ ମହଲା ବିଶିଷ୍ଟ କୋଠାରେ ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ ନିଜ ପରିବାର ସହିତ ରହିଥାନ୍ତି । ଗତ ଫେବୃଆରୀ ମାସରେ ଏହି ଘର ଉପରେ ଆକ୍ରମଣ ଯୋଜନା କରାଯାଇଥିଲା । ବିସ୍ପୋରକ ଭର୍ତ୍ତି ଏକ କାର ଏହା ସାମ୍ନାରୁ ଜବତ କରାଯାଇଥିଲା । ଆଉ ଏବେ ଟ୍ୟାକ୍ସି ଡ୍ରାଇଭରଙ୍କ ଏପରି ସୂଚନା ପରେ ଆଣ୍ଟିଲିଆର ସୁରକ୍ଷାକୁ ବଢାଇ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/11/32-3.jpg)