ଅମ୍ବାଭନା ଥାନା ଭଙ୍ଗାରୁଜା ଘଟଣାରେ ଭଟଲି ବିଧାୟକଙ୍କୁ ପୁଣି ଟାର୍ଗେଟ । ଚିହ୍ନଟ ଅଭିଯୁକ୍ତଙ୍କ ସହ ସୁଶାନ୍ତଙ୍କ ଫଟୋ ଦେଖାଇ ପ୍ରଶ୍ନ କଲା ବିଜେପି

45

କନକ ବ୍ୟୁରୋ : ଅମ୍ବାଭନା ଥାନା ଭଙ୍ଗାରୁଜା ଘଟଣାରେ ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କୁ ପୁଣି ଟାର୍ଗେଟ କରିଛି ବିଜେପି । ଚିହ୍ନଟ ଅଭିଯୁକ୍ତଙ୍କ ସହ ସୁଶାନ୍ତଙ୍କ ଫଟୋ ଦେଖାଇ ପ୍ରଶ୍ନ କରିଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଅଭିଯୋଗ କରିଛନ୍ତି ଯେ, ପୋଲିସ୍ ଅଫିସରଙ୍କୁ ଆକ୍ରମଣ ସହ ଥାନା ଭାଙ୍ଗିବା ଓ ଥାନା ସମ୍ପତି ଲୁଟ ହୋଇଛି । ବିଜେପି ଅଭିଯୋଗ କରିଛି ଯେ, ୩୦୦ରୁ ଅଧିକ ବିଜେଡି ସମର୍ଥକ, କର୍ମୀ ଓ ନେତାଙ୍କ ଉପରେ ଏତଲା ରୁଜୁ ହୋଇଛି । ୧୦୨ ଜଣଙ୍କ ନାମ ଚିହ୍ନଟ କରିଛି ପୋଲିସ୍ । ଭଟଲି ବିଧାୟକଙ୍କ ସହ ଏମାନଙ୍କର ସମ୍ପର୍କ ଥିବା ବିଜେପି ଅଭିଯୋଗ କରିଛି । ଏହାସହ ସୁଶାନ୍ତ ସିଂଙ୍କୁ ତୁରନ୍ତ ଗିରଫ କରିବାକୁ ବିଜେପି ଦାବି କରିଛି ।