ଆମାଜନ ମୁଖ୍ୟ ଜେଫ୍ ବେଜୋସଙ୍କ ଭାରତ ଗସ୍ତକୁ ବିରୋଧ । ଓଡିଶାର ୮ଟି ସହରରେ ବ୍ୟବସାୟୀଙ୍କ ଜୋରଦାର ପ୍ରତିବାଦ

ରାଜଧାନୀ ଭୁବନେଶ୍ୱରରେ ୧୦ରୁ ଅଧିକ ବ୍ୟବସାୟୀ ସଙ୍ଗଠନ ବିରୋଧ ପ୍ରଦର୍ଶନ

280

କନକ ବ୍ୟୁରୋ: ଆମାଜନ ମୁଖ୍ୟ ଜେଫ୍ ବେଜୋସଙ୍କ ଭାରତ ଗସ୍ତକୁ ଓଡିଶାର ବ୍ୟବସାୟୀଙ୍କ ବିରୋଧ । ରାଜ୍ୟର ୮ ଟି ସହରରେ ଏହାକୁ ନେଇ ପ୍ରତିବାଦ କରାଯାଉଛି । ରାଜଧାନୀ ଭୁବନେଶ୍ୱରରେ ୧୦ ରୁ ଅଧିକ ବ୍ୟବସାୟୀ ସଙ୍ଗଠନ ବିରୋଧ ପ୍ରଦର୍ଶନ କରୁଛନ୍ତି । ବେଜୋସଙ୍କ ଗସ୍ତ ଦିନକୁ ବ୍ୟବସାୟୀ ପ୍ରତିବାଦ ଦିବସ ଭାବେ ପାଳନ କରିବେ ବୋଲି କହିଛନ୍ତି । ଆଜି ଆମାଜନ୍ ମୁଖ୍ୟ ଜେଫ୍ ବେଜୋସ ଭାରତ ଆସିବା କାର୍ଯ୍ୟକ୍ରମ ରହିଛି ।

ତେବେ ଏହି ଗସ୍ତକୁ ବିରୋଧ କରିବାକୁ ଅଂଟା ଭିଡିଛି ଭାରତୀୟ ବ୍ୟବସାୟୀ ସଂଘ, ସର୍ବଭାରତୀୟ ମୋବାଇଲ ରିଟେଲର୍ସ ସଂଘ, ସର୍ବ ଭାରତୀୟ ଖାଉଟି ଉତ୍ପାଦ ବିତରକ ମହାସଂଘ ସମେତ ୫୦୦୦ ରୁ ଅଧିକ ବଣିକ ସଂଘ । ଆମାଜନ ଏବଂ ୱାଲମାର୍ଟ ମାଲିକାନାରେ ପରିଚାଳିତ ଫ୍ଲିପକାର୍ଟ ଭଳି କମ୍ପାନୀଙ୍କ ଆଧିପତ୍ୟ ଭାରତର ଖୁଚୁରା ବ୍ୟବସାୟରେ ବଢ଼ିବାରେ ଲାଗିଛି । ଗ୍ରାହକଙ୍କୁ ଆକର୍ଷିତ କରିବାକୁ କମ୍ପାନୀ ବିପୁଳ ରିହାତି ଏବଂ ସ୍ୱତନ୍ତ୍ର ଅଫର ପ୍ରଦାନ କରୁଛନ୍ତି । ଏପରି ସ୍ଥିତିରେ ଖୁଚୁରା ବ୍ୟବସାୟୀ ସେମାନଙ୍କ ସହିତ ପ୍ରତିଯୋଗୀତା କରିପାରୁନଥିବାରୁ , ଆମାଜନ ମୁଖ୍ୟଙ୍କ ଭାରତ ଗସ୍ତକୁ ସେମାନେ ବିରୋଧ କରୁଛନ୍ତି ।